ଗର୍ଭବତୀ ଥିଲା ମୃତ ମାଈ ହାତୀ ! ମହାନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ହାତୀକୁ ନେଇ ଆସିଲା ହୃଦୟ ବିଦାରକ ତଥ୍ୟ

କେନ୍ୟୁଜ୍: ମହାନଦୀରେ ବୁଡ଼ି ମାଈ ହାତୀର ମୃତ୍ୟୁ ପ୍ରସଙ୍ଗ । ହାତୀଟିକୁ ଯାଞ୍ଚ ପରେ ଆସିଲା ହୃଦୟ ବିଦାରକ ତଥ୍ୟ । ଗର୍ଭବତୀ ଥିଲା ମୃତ ମାଈ ହାତୀ । ୧୬ ମାସର ଗର୍ଭବତୀ ଥିଲା ମାଈ ହାତୀଟି । ଆଉ ତିନି ମାସରେ ଜନ୍ମ ନେଇଥାନ୍ତା ଏକ କୁନି ହାତୀ ଛୁଆ । ଏନେଇ ସୂଚନା ଦେଲେ ସିଟି ଡିଏଫଓ ସୁଜିତ ସତପଥୀ । ପୋଷ୍ଟମର୍ଟମ ପରେ ହାତୀଟିକୁ ମହାନଦୀ ପଠାରେ ପୋତି ଦିଆଯାଇଛି । ସେପଟେ ଏବେ ବି ବସନ୍ତ ବିହାର ଠାରେ ରହିଛି ଟ୍ରଙ୍କୁଲାଇଜ ହୋଇଥିବା ହାତୀ।

ସୂଚନା ଥାଉକି, ଗତକାଲି କଟକ ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇଥିଲା ହାତୀ । ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ଯୁ ହୋଇଥିଲା । ଜଣେ ମହିଳାଙ୍କ ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ନଜରପୁର ଅଞ୍ଚଳରେ ହାତୀଟି ବୁଲୁଥିଲା । ସେହିପରି ଏହି ମାଈ ହାତୀଟି ମହାନଦୀର ଯୋବ୍ରା ବ୍ୟାରେଜରେ ଫସି ରହିଥିଲା । ରାତିରୁ ଫସି ରହିଥିଲା ମାଈ ହାତୀଟି ।

ତେବେ ଗତକାଲି ସକାଳୁ ସକାଳୁ ବ୍ୟାରେଜ୍‌ ଗେଟ୍‌ ଖୋଲିବାରୁ ଭାସି ଯାଇଥିଲା ହାତୀଟିର ମୃତଦେହ । ସକାଳୁ ସକାଳୁ ବ୍ୟାରେଜରେ ହାତୀ ଫସିଥିବା ଖବର ପରେ ଲୋକଙ୍କ ଭିଡ଼ ହୋଇଥିଲା । ହାତୀ ଦେଖିବା ପାଇଁ ଭିଡ଼ ଜମାଇଥିଲେ ଲୋକ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ଲୋକଙ୍କୁ ସତର୍କ କରାଯାଉଛି । ହାତୀ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବାରୁ ଘରୁ ନବାହାରିବା ପାଇଁ ସତର୍କ କରାଇଥିଲା ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.