ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି, ଆଗକୁ ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର(କେନ୍ୟୁଜ୍) :ସାରା ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଆଗକୁ ଆହୁରି ଶୀତ ବଢ଼ିବ । ଫୁଲବାଣୀ ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି କନ୍ଧମାଳରେ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। । ଘନ କୁହୁଡିରେ ଆଛାଦିତ ହୋଇ ରହୁଛି ସାରା ସହର। ସକାଳ ୯ଟା ପୂର୍ବରୁ ରାସ୍ତାଘାଟ କିଛି ଦେଖାଯାଉନି। ଶୀତରୁ ରକ୍ଷା ପାଇବା ପାଇଁ କିଛି କିଛି ସ୍ଥାନରେ ଲୋକେ ନିଆଁ ପୋଉଁଥିବା ଦେଖିବାକୁ ମିଳୁଛି।  ଅପରପକ୍ଷେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ୧୫ରୁ ୧୬ ଡିଗ୍ରୀ ସିଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.