Below header

ଅସହ୍ୟ ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ, ୪୩ ଡିଗ୍ରୀ ଛୁଇଁବ ପାରଦ

ଆଗକୁ ତାତି ଆହୁରି ସାଂଘାତିକ ହେବ । ୩-୪ ଦିନରେ ପାରଦ ଛୁଇଁ ଯାଇପାରେ ୪୩ ଡିଗ୍ରୀ ସେଲସିୟସ୍ । ଗତକାଲି ପ୍ରଥମ ଥର ରାଜ୍ୟରେ ପାରଦ ଛୁଇଁଛି ୪୧ ଡିଗ୍ରୀ ସେଲସିୟସ୍ । ମାଲକାନଗିରିରେ ସର୍ବାେଚ୍ଚ ତାପମାତ୍ରା ରହିଥିଲା ୪୧ ଡିଗ୍ରୀ । ୪ ସହର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।

ଭୁବନେଶ୍ୱର (କେନ୍ୟୁଜ): କଲବଲ କଲାଣି ତାତି । ସକାଳୁ ଟାଇଁ ଟାଇଁ ଖରା । ସକାଳ ୯ଟାରୁ ବଢୁଛି ଆକାଶରୁ ଅଗ୍ନି ବର୍ଷିଲା ଭଳି ଲାଗୁଛି ।  ଆଗକୁ ତାତି ଆହୁରି ସାଂଘାତିକ ହେବ ।  ୩-୪ ଦିନରେ ପାରଦ ଛୁଇଁ ଯାଇପାରେ ୪୩ ଡିଗ୍ରୀ ସେଲସିୟସ୍ । ଉପକୂଳଠୁ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ସାରା ଓଡ଼ିଶା ଜଳିବ । ତାତି ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି । ଗତ କିଛି ଦିନ ହେବ ତାପମାତ୍ରା ଲଗାତାର ଭାବରେ ବଢ଼ି ବଢ଼ି ଚାଲିଛି ।

ଗତକାଲି ପ୍ରଥମ ଥର ରାଜ୍ୟରେ ପାରଦ ଛୁଇଁଛି ୪୧ ଡିଗ୍ରୀ ସେଲସିୟସ୍ । ମାଲକାନଗିରିରେ ସର୍ବାେଚ୍ଚ ତାପମାତ୍ରା ରହିଥିଲା ୪୧ ଡିଗ୍ରୀ । ୪ ସହର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।  ଚୈତ୍ର ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଏପ୍ରିଲ ୨ତାରିଖ ବେଳକୁ କିଛି ସ୍ଥାନର ତାପମାତ୍ରା ୪୨ ଡିଗ୍ରୀ ଓ ୩ ତାରିଖରେ କିଛି ସ୍ଥାନରେ ୪୩ ଡିଗ୍ରୀ ପାର ନେଇ ଭୁବନେଶ୍ବର ପାଣିପାଗ ବିଭାଗ କେନ୍ଦ୍ର ଆକଳନ କରିଛି । ଉଷ୍ମ ଓ ଆଦ୍ର ବାୟ ପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।  ଆଗାମୀ ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।  ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ଉପରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.