Below header

ଆଜି କମ୍ପିବ ଦିଲ୍ଲୀର ରାମଲିଳା ମୈଦାନ, ଆପ୍ ଦ୍ୱାରା ଆୟୋଜିତ ହେଉଛି ଇଣ୍ଡି ମେଣ୍ଟର ମହାରାଲି

ଆମ୍ ଆଦମୀ ପାର୍ଟି- ଆପ୍ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ଇଣ୍ଡି ମେଣ୍ଟର ମହାରାଲି । ଏଥିରେ ମେଣ୍ଟ ସହଯୋଗୀ ଦଳର ପ୍ରମୁଖ ନେତା ତଥା କର୍ମୀଙ୍କ ଯୋଗଦାନ ଦେଖିବାକୁ ମିଳିବ। ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଶରଦ ପାୱାର, ଉଦ୍ଧବ ଠାକରେ, ଅଖିଳେଶ ଯାଦବ ଓ ତେଜସ୍ୱୀ ଯାଦବଙ୍କ ସମେତ ଅନେକ ନେତା ଯୋଗଦେବେ ବୋଲି ଆଶା କରାଯାଉଛି।

ନୂଆଦିଲ୍ଲୀ : ମହାରାଲିର ମହାପ୍ରସ୍ତୁତି । ଆଜି କମ୍ପିବ ଦିଲ୍ଲୀର ରାମଲିଳା ମୈଦାନ । ଆମ୍ ଆଦମୀ ପାର୍ଟି- ଆପ୍ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ଇଣ୍ଡି ମେଣ୍ଟର ମହାରାଲି । ଏଥିରେ ମେଣ୍ଟ ସହଯୋଗୀ ଦଳର ପ୍ରମୁଖ ନେତା ତଥା କର୍ମୀଙ୍କ ଯୋଗଦାନ ଦେଖିବାକୁ ମିଳିବ। ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଶରଦ ପାୱାର, ଉଦ୍ଧବ ଠାକରେ, ଅଖିଳେଶ ଯାଦବ ଓ ତେଜସ୍ୱୀ ଯାଦବଙ୍କ ସମେତ ଅନେକ ନେତା ଯୋଗଦେବେ ବୋଲି ଆଶା କରାଯାଉଛି। ଇଡି, ସିବିଆଇ ଆକ୍ରମଣ, ଆୟକର ଆକ୍ରମଣ ଆଦି ପ୍ରସଙ୍ଗ ଉପରେ ଏଠାରୁ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିବେ ବିରୋଧୀ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି।

ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ସହ ପାରାମିଲିଟାରୀ ଫୋର୍ସ ରାମଲିଳା ମଇଦାନରେ ନିୟୋଜିତ ହୋଇଛନ୍ତି। ଏଥିସହ ଡ୍ରୋନ୍ ମାଧ୍ୟମରେ ପୋଲିସ ସମଗ୍ର ଅଞ୍ଚଳ ଉପରେ ନଜର ରଖିବ। କିଛି ସର୍ତ୍ତ ସହିତ ରାଲି ଆୟୋଜନ କରିବାକୁ ପୋଲିସ ଅନୁମତି ଦେଇଛି। ପୋଲିସ ଆୟୋଜକମାନଙ୍କୁ କେନ୍ଦ୍ରୀୟ ଦିଲ୍ଲୀରେ ମାର୍ଚ୍ଚ ନକରିବାକୁ, ଟ୍ରାକ୍ଟର-ଟ୍ରଲି ଏବଂ କୌଣସି ଅସ୍ତ୍ରଶସ୍ତ୍ର ନ ରଖିବାକୁ କହିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାମଲିଳା ମୈଦାନ ଏବଂ ଡିଡିୟୁ ମାର୍ଗ ସମେତ କେନ୍ଦ୍ରୀୟ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ଏକ ଡଜନ ପାରାମିଲିଟାରୀ ଫୋର୍ସ ନିୟୋଜିତ ରହିବେ। ସମାବେଶକୁ ୨୦ ହଜାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯାଇଛି। ତେବେ ଏଥିରେ ଏକ ଲକ୍ଷ ଲୋକ ଯୋଗ ଦେବାନେଇ ଆପ୍ ଦାବି କରିଛି। ଏହି ରାଲିକୁ ଅନୁମତି ଦିଆଯାଇଛି, କିନ୍ତୁ DDU ମାର୍ଗରେ ୧୪୪ ଧାରା ବଳବତ୍ତର ରହିବ। ଯେଉଁଠାରେ ରାଜନୈତିକ ଦଳ ଗୁଡ଼ିକର କାର୍ଯ୍ୟାଳୟ ଅଛି। କାହାକୁ ଏଠାକୁ ଯିବାକୁ ଦିଆଯିବ ନାହିଁ। ସେହିପରି ମହାରାଲି ପାଇଁ ଟ୍ରାଫିକ ପୋଲିସ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.