ଆଇପିଏଲରେ ଲକ୍ଷ୍ନୌର ପ୍ରଥମ ବିଜୟ, ପଞ୍ଜାବ କିଙ୍ଗ୍ସକୁ ୨୧ ରନରେ ହରାଇଲା

ଆଇପିଏଲରେ ଲକ୍ଷ୍ନୌ ସୁପରଜିଆଣ୍ଟସର ପ୍ରଥମ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୨୧ ରନରେ ହରାଇଛି । ଚଳିତ ଆଇପିଏଲରେ ଦ୍ବିତୀୟ ମ୍ୟାଚରୁ ଏହା ଲକ୍ଷ୍ନୌର ପ୍ରଥମ ବିଜୟ ।

ଆଇପିଏଲରେ ଲକ୍ଷ୍ନୌ ସୁପରଜିଆଣ୍ଟସର ପ୍ରଥମ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୨୧ ରନରେ ହରାଇଛି । ଚଳିତ ଆଇପିଏଲରେ ଦ୍ବିତୀୟ ମ୍ୟାଚରୁ ଏହା ଲକ୍ଷ୍ନୌର ପ୍ରଥମ ବିଜୟ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପରଜିଆଣ୍ଟସ୍ ୮ ୱିକେଟରେ କରିଥିଲା ୧୯୯ । ୨୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ଥିଲା । ତେବେ ଶେଷ ୧୦ ଓଭରରେ ହାତଛଡ଼ା କରିଥିଲା ମ୍ୟାଚ୍ । ଅଧିନାୟକ ଶିଖର ଧୱନଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୭୮ ରନ୍ ରେ ଅଟକି ଯାଇଥିଲା ପଞ୍ଜାବ କିଙ୍ଗସ୍ । ଅନ୍ୟପକ୍ଷରେ ପଦାର୍ପଣକାରୀ ଦ୍ରୁତ ବୋଲର ମୟଙ୍କ ଯାଦବ ୩ ୱିକେଟ୍ ନେଇ ଲକ୍ଷ୍ନୌର ପଏଣ୍ଟ ଖାତା ଖୋଲିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.