ସୁନା ଦରରେ ଲାଗୁନି ବ୍ରେକ୍: ବେଲଗାମ ହେଉଛି ମୂଲ୍ୟ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୨,୭୫୦ ଟଙ୍କା ରହିଥିବା ବେଳେ ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୨,୭୫୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୮ ହଜାର ୪୫୦ ଟଙ୍କା ହୋଇଛି ।

ଆଜିକାଲି ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି ।  ସୁନା ଓ ରୂପା ମୂଲ୍ୟ ଆକାଶ ଛୁଆଁ ହେଲାଣି । ବର୍ତ୍ତମାନ ସୁନା ଅନ୍ୟ ବର୍ଷ ଅପେକ୍ଷା ଉଚ୍ଚ ସ୍ତରରେ ପହଞ୍ଚିଛି । ୭୦ ହଜାର ଛୁଇଁବ ସୁନା ଦର । ଆଉ ମାତ୍ର କେଇ ଅଙ୍କ ପଛରେ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୨,୭୫୦ ଟଙ୍କା ରହିଥିବା ବେଳେ ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୨,୭୫୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୮ ହଜାର ୪୫୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୨,୭୫୦ ଟଙ୍କା ଓ ୬୮,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୨,୯୦୦ ଟଙ୍କା ଓ ୬୮,୬୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୯,୪୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୨,୭୫୦ ଟଙ୍କା ଓ ୬୮,୪୫୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୮, ୦୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.