ପଶ୍ଚିମା ଝଡ଼ ପ୍ରଭାବ କମିବ ପରେ କମିଛି ବର୍ଷାର ପ୍ରଭାବ,ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ

ଆସନ୍ତାକାଲି ପୁଣି ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୫ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ୨୬ରୁ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ ।

ଭୁବନେଶ୍ବର(କେନ୍ୟୁଜ୍): କମିଛି ପଶ୍ଚିମା ଝଡ଼ ପ୍ରଭାବ । ଫଳରେ କମିବ ବର୍ଷାର ପ୍ରଭାବ । ଦକ୍ଷିଣ ଓଡିଶାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି ସହ ରାଜ୍ୟର ଆଉ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡଘଡିର ମଧ୍ୟ ଆଶଙ୍କା ରହିଛି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ ।

ଆସନ୍ତାକାଲି ପୁଣି ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୫ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ୨୬ରୁ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ । ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମାଝଡ଼ ପ୍ରଭାବରେ ପ୍ରବଳ ବର୍ଷା, ପବନ ଓ କୁଆପଥର ମାଡ଼ ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.