ପାଟଣାଗଡ ବିଧାୟକଙ୍କ ପାଇଁ ଘନଉଛି ଅଡୁଆ, ଗିରଫ ଦାବିରେ ଅଡ଼ି ବସିଛି ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ

ପାଟଣାଗଡ :କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍‌ ବସ୍‌ କରାଇବା ଘଟଣାରେ ବଢୁଛି ପାଟଣାଗଡ଼ ବିଧାୟକଙ୍କ ଅଡୁଆ । ବିଧାୟକଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସହର ପରିକ୍ରମା କରିଛନ୍ତି। ବିଧାୟକଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ପୋଲିସ ସହ ଆଦିବାସୀ ସଂଘ ଧସ୍ତାଧସ୍ତି ହୋଇଛି। ନିମ୍ନମାନର ରାସ୍ତା କାମ ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ଉପରେ ଉଠ୍‌ ବସ୍‌ କରାଇଥିଲେ। ଏହି ଭିଜୁଆଲ୍‌ ଭାଇରାଲ୍‌ ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିବାରେ ଲାଗିଥିଲା।