Below header

ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ, ପୂରା ପ୍ରସ୍ତୁତ ଦିଲ୍ଲୀଠୁ ପଲ୍ଲି

ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପୂରା ପ୍ରସ୍ତୁତ ଦିଲ୍ଲୀଠୁ ପଲ୍ଲି । ଏଥର ରାଜ୍ୟସ୍ତରୀୟ ପରେଡ୍‌ରେ ସାମିଲ ହେବେ ୪୮ଟି ଟ୍ରୁପ । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଡେୟାର ଡେଭିଲ ସୋ । ବାଇକ ଉପରେ ଚିତ୍ତାକର୍ଷକ ଷ୍ଟଣ୍ଟ ପ୍ରଦର୍ଶନ କରିବେ କଲେଜ ଛାତ୍ରଛାତ୍ରୀ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀ ଢାଞ୍ଚାରେ ହେବ ଫାଇଲ ମାର୍ଚ୍ଚ । ପ୍ରଥମ ଥର ପାଇଁ ପରେଡରେ ସାମିଲ ହେବେ SOG ଯବାନ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପରେଡ କମାଣ୍ଡ କରିବେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ରାଜରାସ୍ତାରେ ଗଡ଼ିବ । ୪ଟି ସାଂସ୍କୃତିକ ଦଳ ସେମାନଙ୍କ କଳା ସଂସ୍କୃତି ପ୍ରଦର୍ଶନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.