ସୁରକ୍ଷା ବଳୟରେ ଦିଲ୍ଲୀ, ପ୍ୟାରେଡ ପଥକୁ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ (କେନ୍ୟୁଜ୍) : ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହୋଇ ରହିଛି ଦିଲ୍ଲୀ ରାଜପଥ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହମ କରିବେ। ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରହିବେ ବ୍ରାଜିଲ ରାଷ୍ଟ୍ରପତି ଜୟିର ବୋଲସୋନାରୋ । । ଆଜିର କାର୍ଯ୍ୟକ୍ରମରେ ଭାରତର ବିବିଧତା, ସାଂସ୍କୃିତକ, ସାମାଜିକ ଓ ଆର୍ଥିକ ପ୍ରଗତି ସହ ଯବାନଙ୍କ ବିଭିନ୍ନ କଳାକୃତି ଦେଖିବାକୁ ମିଳିବ। ଏହାସହ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହେବ। ଓଡିଶାର ପ୍ରଜ୍ଞାପନ ମେଢରେ ଓଡ଼ିଶାର ଲିଙ୍ଗରାଜ ମନ୍ଦିର ସହ ଋକୁଣା ରଥ ଦେଖିବାକୁ ମିଳିବ। କୌଣସି ପ୍ରକାର ଆତଙ୍କବାଦୀ ତଥା ମାଓବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସର୍ବସାଧାରଣ ସ୍ଥାନରେ ପାଟ୍ରୋଲିଂ, ନାଇଟ ସର୍ଚ୍ଚିଂ, ଯାନବାହନ ତଲାସକୁ କଡ଼ାକଡ଼ି କରାଯାଇଛି। ଜଳ, ସ୍ଥଳ ଓ ଆକାଶ ପଥରୁ ରଖାଯାଇଛି କଡ଼ା ନଜର । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଦିଲ୍ଲୀ ପୋଲିସର ପ୍ରାୟ ୬ ହଜାର ଅଧିକାରୀ ଓ କର୍ମଚାରୀଙ୍କ ସାଙ୍ଗକୁ ୫୦ କମ୍ପାନୀ ଅର୍ଦ୍ଧସାମରିକ ବଳ। ସେହିପରି ଟ୍ରାଫିକ୍‌ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ୨ ହଜାର ଟ୍ରାଫିକ୍‌ କର୍ମଚାରୀ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.