କାହିଁକି ଗଂଜାମ ଜିଲ୍ଲାରେ ଦେଖାଯାଆନ୍ତି ବିରଳ କୃଷ୍ଣସାର ମୃଗ ? ଜାଣନ୍ତୁ ଏହା ପଛର ରହସ୍ଯ

ଭଞ୍ଜନଗର(କେନ୍ଯୁଜ୍): ଦଳ ଦଳ ହୋଇ ମୁକ୍ତ ଏବଂ ଅବାଧରେ ବିଚରଣ କରୁଛନ୍ତି କୃଷ୍ଣସାର ମୃଗ । ପାଖ ପଡ଼ିଆରୁ ଆରମ୍ଭ କରି , ଗାଁ ଓ ରାସ୍ତାକଡ଼ରେ ଘୁରି ବୁଲୁଛନ୍ତି ଏହି ବିରଳବନ୍ଯପ୍ରାଣୀ । କେଉଁଠି ଯୋଡିହୋଇ ଲଢେଇ କରୁଛନ୍ତି ତ , କେଉଁଠି କୁଦାମାରି ଦଉଡୁଛନ୍ତି । କିଏ ଘାସ ଚରୁଛି ତ’ ଆଉ କିଏ ର୍ନିଭୟରେ ଥକା ମାରୁଛି । ଏ ହେଉଛି , ଗଂଜାମ ଜିଲ୍ଲା ଭଂଜନଗର ,ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ , ବାଲିପଦର – ଭେଟନଇ ଅଞ୍ଚଳର ମୁକ୍ତ-ମୃଗବିହାରର ଦୃଶ୍ଯ । କୃଷ୍ଣସାର । ଗଲା ପାଞ୍ଚ ଦଶନ୍ଧି ଧରି , ଗଂଜାମ ଜିଲ୍ଲାରେ ମୁକ୍ତ ଏବଂ ଅବାଧରେ ବିଚରଣ କରୁଥିବା ଏହି ବିରଳ ବନ୍ଯପ୍ରାଣୀଙ୍କ ଆଶାତୀତ ଅଭିବୃଦ୍ଧି ହୋଇଛି । ଏମାନଙ୍କ ପ୍ରତି ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଶ୍ଵାସ , ବନବିଭାଗର କର୍ତବ୍ଯନିଷ୍ଠତା ଏବଂ ବ୍ଯାପକ ସଚେତନତା ଯୋଗୁଁ ଚଳିତବର୍ଷର କୃଷ୍ଣସାର ମୃଗ ଗଣନା ରିପୋର୍ଟ ଅନୁସାରେ, ଗଂଜାମ ଜିଲ୍ଲାରେ ଏମାନଙ୍କ ସଂଖ୍ଯା ଏବେ ୭୩୫୮ରେ ପହଞ୍ଚିଛି।

ତେବେ ଗଂଜାମ ଜିଲ୍ଲାରେ ଦେଖାଦେଇଥିବା ଭୟଙ୍କର ମରୁଡି ସମୟ ପରେ ପରେ ୧୯୭୨ ମସିହା ବେଳକୁ , ପ୍ରଥମ କରି ଏହି ବନଖଣ୍ଡରେ ଦେଖା ଦେଇଥିଲେ ଏହି କୃଷ୍ଣସାର । ପରବର୍ତ୍ତୀ ସମୟରେ , ପ୍ରଚୁର ବୃଷ୍ଟିପାତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ବିଶ୍ଵାସ ହେଲା , ଦେବଦୂତ ଭଳି ଏମାନଙ୍କ ଆର୍ବିଭାବରୁ ହିଁ ବୃଷ୍ଟିପାତ ସମ୍ଭବ ହେଲା । ତା’ପର ଠାରୁ,ଲୋକଙ୍କ ପାଖରେ ଏମାନେ ହୋଇଗଲେ ବିଶ୍ଵାସ ର ଦେବଦୂତ । ଲୋକଙ୍କ ପାଖାପାଖି ଏବଂ ଜନବସତି ଅଞ୍ଚଳରେ ର୍ନିଭୟରେ ବିଚରଣ କଲେ। କେହି ମଧ୍ୟ ଏମାନଙ୍କ କ୍ଷତି ଚାହିଁଲେ ନାହିଁ । ଯାହାଦ୍ଵାରା ଏମାନଙ୍କ କ୍ରମଶଃ ବଂଶବୃଦ୍ଧି ଘଟିଲା । ଦକ୍ଷିଣ ଘୁମୁସର ବନଖଣ୍ଡ ରେ ,୧୯୭୩ ମସିହା ରେ ପ୍ରଥମ କରି ହୋଇଥିବା ,କୃଷ୍ଣସାର ମୃଗ ଗଣନା ଅନୁସାରେ ଏମାନଙ୍କ ସଂଖ୍ଯା ୫୨୩ ରୁ ଆରମ୍ଭ ହୋଇ , ଏବେ ଚଳିତବର୍ଷ ର ଗଣନା ପ୍ରକାରେ ଏହି ବନଖଣ୍ଡରେ ୪୪୮୩ ରେ ପହଞ୍ଚିଛି ।

deerସେହିଭଳି ଯଦି ଗଂଜାମ ଜିଲ୍ଲା କଥା କୁହାଯାଏ , ତା’ହେଲେ , ଜିଲ୍ଲାରେ ଥିବା ୩ ଟି ବନଖଣ୍ଡ ଯଥା , ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ , ଦକ୍ଷିଣ ଘୁମୁସର ବନଖଣ୍ଡ ଓ ବ୍ରହ୍ମପୁର ବନଖଣ୍ଡ ରେ କୃଷ୍ଣସାର ମୃଗ ଦେଖା ଯାଆନ୍ତି । ୨୦୧୮ ମୃଗ ଗଣନା ଅନୁସାରେ ଜିଲ୍ଲା ରେ ୪୦୮୨ ଟି କୃଷ୍ଣସାର ଚିହ୍ନଟ ହୋଇଥିବା ବେଳେ , ସେଥିରୁ ଦକ୍ଷିଣ ଘୁମୁସର ରେ ୨୮୦୯ , ଉତ୍ତର ଘୁମୁସର ରେ ୨୨୪ ଓ ବ୍ରହ୍ମପୁର ବନଖଣ୍ଡ ରେ ୧୦୪୯ ଟି କୃଷ୍ଣସାର ଥିଲେ । ୨୦୨୦ ମସିହା ରେ ଦକ୍ଷିଣ ଘୁମୁସର ରେ ୪୧୧୪ , ଉତ୍ତର ଘୁମୁସର ରେ ୨୮୬ ଓ ବ୍ରହ୍ମପୁର ବନଖଣ୍ଡ ରେ ୨୪୭୫ , ଏଭଳି ଭାବେ ସମୁଦାୟ ଜିଲ୍ଲାରେ ୬୮୭୫ ଟି କୃଷ୍ଣସାର ମୃଗ ରହିଥିଲେ । ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ଗଣନା ଅନୁସାରେ , ଜିଲ୍ଲାରେ ମୋଟ ୭୩୫୮ ମଧ୍ୟରୁ ଦକ୍ଷିଣ ଘୁମୁସର ରେ ସର୍ବାଧିକ ୪୪୮୩ , ବ୍ରହ୍ମପୁର ବନଖଣ୍ଡ ରେ ୨୫୭୪ ଟି ଏବଂ ଉତ୍ତର ଘୁମୁସର ବନଖଣ୍ଡ ରେ ସର୍ବନିମ୍ନ ୩୦୧ ଟି କୃଷ୍ଣସାର ମୃଗ ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ମୋଟାମୋଟି ଭାବେ, ଗତ ୬ ବର୍ଷ ରେ ଓଡ଼ିଶାରେ କୃଷ୍ଣସାର ମୃଗ ଙ୍କ ସଂଖ୍ଯା ଦୁଇଗୁଣ ବଢ଼ିଛି ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ଵିଟର୍‌ ବାର୍ତ୍ତା ରେ ଉଲ୍ଲେଖ କରିଛନ୍ତି । ଏହାସହ ଗଂଜାମ ର ଦକ୍ଷିଣ ଘୁମୁସର ବନଖଣ୍ଡରେ ମଧ୍ୟ , କୃଷ୍ଣସାରମୃଗ ଙ୍କ ସଂଖ୍ଯା ବିଗତ ବର୍ଷ ମାନଙ୍କ ତୁଳନାରେ , ବହୁ ସଂଖ୍ଯାରେ ବୃଦ୍ଧି ପାଇଛି ।

କୃଷ୍ଣସାରଙ୍କ ଖାଦ୍ୟ କହିଲେ ଘାସ , ମୁଗ , ବିରି , ମାଣ୍ଡିଆ ଓ ଚଣା ଜାତୀୟ ଫସଲ । ଅନେକ ସମୟରେ ଏହି ମୃଗମାନେ ସ୍ଥାନୀୟ ଚାଷୀମାନଙ୍କ ଫସଲ ଖାଇଥାନ୍ତି । କିଛି ଲୋକଙ୍କ ବିଶ୍ୱାସ ରହିଛି , କୃଷ୍ଣସାର ମୃଗ ଫସଲ ଖାଇଲେ ଫସଲ , ଦି’ଗୁଣା ହୋଇଥାଏ । ଏହାପଛରେ କାରଣ ସଂକ୍ରାନ୍ତରେ ମଧ୍ୟ , ବିଶେଷଜ୍ଞ ମତ ରଖିଛନ୍ତି । ଅନ୍ଯପକ୍ଷରେ ମୃଗ ଫସଲ ଖାଇଲେ ମଧ୍ଯ , ଲୋକେ ଏମାନଙ୍କର କୈାଣସି କ୍ଷତି ଘଟାନ୍ତି ନାହିଁ । ବରଂ ବନ ବିଭାଗ ପକ୍ଷରୁ , ଚାଷୀଙ୍କ ଫସଲ କ୍ଷତି ଜନିତ ସହାୟତା ବ୍ଯବସ୍ଥା , କରାଯାଉଥିବା ବନବିଭାଗ ପକ୍ଷରୁ କୁହାଯାଉଛି । ଏହି ସମସ୍ଯା ର ସମାଧାନ ପାଇଁ , ଗତବର୍ଷ ଠାରୁ ଦକ୍ଷିଣ ଘୁମୁସର ବନବିଭାଗ ପକ୍ଷରୁ ବୁଗୁଡ଼ା , ପୋଲସରା ଓ ଆସିକା ବନାଞ୍ଚଳ ରେ ୨୬ ଏକର ଜମିରେ ଘାସ, ମୁଗ , ବିରି , ମାଣ୍ଡିଆ ଓ ଚଣା ଜାତୀୟ ଫସଲ ଚାଷ ଆରମ୍ଭ କରିଛି । ଯାହାକି କେବଳ ହରିଣ ମାନଙ୍କ ଖାଇବା ପାଇଁ । ଅଧିକାଂଶ ସମୟରେ ଖାଦ୍ୟ ଅନେ୍‌ୱଷଣରେ ଯାଇ ରାସ୍ତା ପାର ହେଉଥିବା ସମୟରେ ଗାଡ଼ି ଦୁର୍ଘଟଣାରେ ମୃଗଙ୍କ ମୃତ୍ୟୁ ହୋଉଥିଲା । ଏବେ କିନ୍ତୁ ଆବଶ୍ଯକ ଖାଦ୍ୟ ମିଳୁଥିବାରୁ ମୃଗଙ୍କ ମୃତ୍ୟୁ ସଂଖ୍ଯା ହ୍ରାସ ପାଇଛି ।

deer 1ଖାଦ୍ୟ ସମସ୍ଯା ର ସମାଧାନ ବ୍ଯତୀତ , ଚିକିତ୍ସା ପାଇଁ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ର ଏବଂ ନିକଟବର୍ତୀ ଗାଁର ଗୃହ ପାଳିତ ପଶୁଙ୍କ ପାଇଁ ଚିକିତ୍ସା ଶିବିରର ଆୟୋଜନ କରାଯାଉଛି । ଲୋକଙ୍କୁ ସଚେତନ କରାଯାଉଛି । ରାସ୍ତା କଡରେ ସୂଚନା ଫଳକ ମଧ୍ୟ ଲଗାଯାଇଛି । ଏହା ସହ ବନବିଭାଗ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ କୃଷ୍ଣସାର ମୃଗ ସୁରକ୍ଷା ସମିତି ମଧ୍ୟ ଗଠନ କରାଯାଇଛି । ଯାହାକି ମୃଗଙ୍କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂପୃକ୍ତ ସମିତିକୁ ୨୦୦୫ ମସିହାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ , ବିଜୁ ପଟ୍ଟନାୟକ ପୁରସ୍କାର ଓ ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି ।

ଲୋକଙ୍କ ସହ ମିଶି କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ଯକ୍ରମ ହାତକୁ ନିଆ ଯାଉଛି । ଯଦି କିଛି ଅସାମାଜିକ ବ୍ଯକ୍ତିମାନେ , କୃଷ୍ଣସାରଙ୍କ ପାଇଁ ନାକରାତ୍ମକ ଚିନ୍ତାଧାରା ପୋଷଣ କରନ୍ତି , ତା ହେଲେ ବିଭାଗ ପକ୍ଷରୁ କାର୍ଯ୍ଯାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ଯଦି କେବଳ ଦକ୍ଷିଣ ଘୁମୁସର ବନଖଣ୍ଡ କଥା କୁହାଯିବ , ତା ହେଲେ ଗଂଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ , କୃଷ୍ଣସାର ମୃଗ ଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ଯ ପାଇଁ ଏକ ଉଦାହରଣ ପାଲଟିଛି । ଚଳିତ ବର୍ଷ ୨୦୨୧ ଗଣନାରେ ଏଠାରେ ସର୍ବାଧିକ ୪୪୮୩ ଟି କୃଷ୍ଣସାର ମୃଗ ରହିଛନ୍ତି

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.