Below header

କାହିଁକି ଆତ୍ମହତ୍ୟାର ବାଟ ବାଛିନେଲେ ରାଇମୋହନ ପରିଡ଼ା? ପାରିବାରିକ ବିବାଦ ଥିଲା ନା ବୃତ୍ତିଗତ ସମସ୍ୟା, ବିଭିନ୍ନ ଦିଗକୁ ନେଇ ପୋଲିସର ଖୋଳତାଡ

ଭୁବନେଶ୍ୱର(କେନ୍ୟୁଜ): ରହସ୍ୟମୟ ଆତ୍ମହତ୍ୟା । ଓଲିଉଡ୍‌ ଓ ଜଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନହାଚୀ ସୃଷ୍ଟି କରିଛି । କାହିଁକି ଆତ୍ମହତ୍ୟାର ବାଟ ବାଛି ନେଲେ ରାଇମୋହନ ? ଏପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଫିଲ୍ମ ଓ ଟେଲି ଅଭିନେତା, ଅଭିନେତ୍ରୀଙ୍କ ସମେତ ଯାତ୍ରା କଳାକାର ସମସ୍ତେ ନିର୍ବାକ । ଏମିକି କଣ ହେଲା ଯେ ରାଇମୋହନ ଏଭଳି ଚରମ ନିଷ୍ପତ୍ତି ନେଲେ କେହି କିଛି ବୁଝି ପାରୁ ନାହାନ୍ତି । କିଛି ପାରିବାରିକ ବିବାଦ ଥିଲା କି ? ନା କିଛି ବୃତ୍ତିଗତ ସମସ୍ୟା ଥିଲା ? କିଛି ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ କି ରାଇମୋହନ ? ମାନସିକ ଅବସାଦଗ୍ରସ୍ତ ଥିଲେ କି ? ଡିପ୍ରେସନରୁ ଏଭଳି ନିଷ୍ପତ୍ତି ନେଲେ କି ବୋଲି ଚର୍ଚ୍ଚା ହେଉଛି । ପୋଲିସ ସବୁ ଦିଗକୁ ନେଇ ଖୋଳତାଡ କରୁଛି ।

ଗତକାଲି ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ରାଇମୋହନ ପରିଡ଼ାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେତେବେଳେ ଘରେ କେହି ନଥିଲେ । ତାଙ୍କ ସ୍ତ୍ରୀ ଓ ବଡ଼ ଝିଅ କଟକ ଯାଇଥିଲେ । ଏତିକିବେଳେ ଝିଅ ମୋବାଇଲକୁ ଗୁଡ୍‌ ବାଏ ମେସେଜ୍‌ ଦେଇଥିଲେ ରାଇମୋହନ । ତାପରେ ଆତ୍ମହତ୍ୟା କରିଥିଲେ । କାହିଁକି ହଠାତ୍‌ ଏମିତି ମେସେଜ୍‌ ଦେଇଥିଲେ ରାଇମୋହନ ? ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.