ଭାରତୀୟ ବଜାରରେ ଏକାସାଥିରେ Daiwa ଲଞ୍ଚ କଲା ଦୁଇ ଦୁଇଟି ସ୍ମାର୍ଟ ଟିଭି, ଜାଣି ରଖନ୍ତୁ କେତେ ରହିଛି ମୂଲ୍ୟ

Daiwaର ୩୨ ଇଞ୍ଚ ଟିଭିର ମୂଲ୍ୟ ୧୨ ହଜାର ୯୯୦ ଟଙ୍କା ଓ ୪୩ ଇଞ୍ଚ ମଡ଼େଲର ମୂଲ୍ୟ ୨୨ ହଜାର ୯୯୦ ଟଙ୍କା ରଖାଯାଇଛି  । କିନ୍ତୁ ଲଞ୍ଚ ସମୟରେ ଅଫର ଜାରି କାଯାଇଥିବାରୁ ଏହି ଟିଭିକୁ ଯଥାକ୍ରମେ ୧୨ ହଜାର ୪୯୦ ଟଙ୍କା ଓ ୨୧ ହଜାର ୯୯୦ ଟଙ୍କାରେ କିଣା ଯାଇପାରିବ । ଭାରତୀୟ ବଜାରରେ Daiwa ଏକା ସାଥିରେ ଦୁଇ ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ଟିଭି ସହିତ ପ୍ରିମିୟମ ବେଜେଲଲେଲ ଡିଜାଇନ ସମେତ ଇନବିଲ୍ଡ ଭଏସ ଆସିଷ୍ଟାଣ୍ଟ ବି ଦିଆଯାଇଛି  । Daiwaର ଏହି ଦୁଇ ମଡେଲରେ ଏଲଇଡ଼ି ବ୍ୟାକଲାଇଟ ପ୍ୟାନେଲ ବି ଦିଆଯାଇଛି  । ଆଉ ସବୁ ଟିଭି ସହିତ ଆଣ୍ଡ୍ରଏଡ଼ 9ର ସପୋର୍ଟ ବି ରହିଛି  । ଏହା ସହ କମ୍ପାନୀ ପକ୍ଷରୁ ଏହା ଉପରେ ୧୨ ମାସର ୱାରେଣ୍ଟି ଓ ୧୨ ମାସର ପ୍ୟାନେଲ ଉପରେ ମଧ୍ୟ ୱାରେଣ୍ଟି ସହ ରିଟେଲ ଷ୍ଟରରେ ସେଲ ଲାଗିଛି  ।

daiwa tv
image credit: scoop beats

ଫିଚର୍ସ ଦୃଷ୍ଟିରୁ ଦେଖିଲେ ଏହି ଟିଭିରେ କ୍ୱାଣ୍ଟମ ଲୁମିନିଟ ଟେକ୍ନୋଲୋଜିର ମଧ୍ୟ ସୁବିଧା ରହିଛି  । କ୍ରିକେଟ ସମେତ ଅନେକ ଗୁଡିଏ ମୋଡ ବି ଦିଆଯାଇଛି | ଦୁଇଟି ଯାକ ଟିଭିରେ 20Wର ଏକ ସ୍ପିକର ସୁବିଧା ରହିଛି  । ଯାହା ସହିତ ସରାଉଣ୍ଡ ସାଉଣ୍ଡ ସ୍ଟେରିଓ ସ୍ପିକରର ବି ସପୋର୍ଟ ରହିଛି  । ସାଉଣ୍ଡ ପାଇଁ ମଧ୍ୟ ୫
ଟି ମୋଡ଼ସ ମିଳିବ  । କନେକ୍ଟିଭିଟି ପାଇଁ ଟିଭିରେ 2 HDMI, 2 USB ପୋର୍ଟ, ବ୍ଲୁଟୁଥ, ୱାଇ-ଫାଇ, ଇଥରନେଟ, ମିରର କାଷ୍ଟିଙ୍ଗ ତଥା ଅପ୍ଟିକାଲ ଆଉଟପୁଟର ମଧ୍ୟ ସୁବିଧାମାନ ରହିଛି |

ଟିଭି ସହିତ BIGWALL ୟୁଆଇର ବି ସପୋର୍ଟ ମିଳିବ | ଯାହା ସହିତ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଘଂଟାର କଣ୍ଟେଣ୍ଟ ମିଳିବ  । ଟିଭିରେ ଆପଣ ଆମଜାନ ପ୍ରାଇମ ଭିଡିଓ, Disney+ Hotstar, Sony Liv, Zee 5, Voot, Sun Nxt, Jio Cinema, Jio Pages, Eros Now, Hungama, Alt Balaji, Shemaroo me, Epic on, Docubay, Yupp TV ପରି ଆପ୍ସ ଦେଖାଯାଇପାରିବ  । ଟିଭି ସହ A- 53 କ୍ୱାଡ଼କୋର ପ୍ରୋସେସର, ୧ ଜିବି ରାମ, ସମେତ ୮ ଜିବି ଷ୍ଟୋରେଜ ବି ଦିଆଯାଇଛି  । ସ୍କ୍ରିନର ରିଫ୍ରେଶ ରେଟ ୬୦ Hz ରହିଛି  । ଟିଭି ସହିତ ମିଳୁଥିବା ରିମୋଟରେ ଭଏସ କମାଣ୍ଡର ସପୋର୍ଟ ମଧ୍ୟ ରହିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.