Below header

ରାଇରଙ୍ଗପୁର : ନାବାଳିକା ପତ୍ନୀକୁ ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ

ରାଇରଙ୍ଗପୁର : ସାତ ଜନମର ସାଥୀ ସାଜିଲା ଶୈତାନ । ସ୍ତ୍ରୀ ଦେହରେ କିରାସିନି ଢାଳି ପୋଡି ମାରି ଦେଇଥିବା ଅଭିଯୋଗ କଲେ ଝିଅର ପରିବାର ଲୋକେ । ଏଭଳି ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ରାଣିପାଳ ଗ୍ରାମରେ ।

ସୂଚନା ଅନୁଯାୟୀ ଅନିତା ମୁର୍ମୁ ନିଆଁରେ ପୋଡି ହୋଇ ଯାଇଥିଲେ । ଏ ଘଟଣା ଗ୍ରାମବାସୀ ଜାଣିବା ପରେ ପୋଲିସ ଓ ଅନିତାଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ । ତେବେ ବାପା ମାଆ ପହଞ୍ଚିବା ବେଳକୁ ଅନିତାଙ୍କ ମୃତ୍ୟୁ ହୋଇ ସାରିଥିଲା । ଅନିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ସ୍ୱାମୀ ସାଉନା ମୁର୍ମୁଙ୍କୁ ଗିରଫ କରିଛି ।

ଅସନା ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ଅନିତା ମୁର୍ମୁଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ପ୍ରେମ ବିବାହ କରିଥିଲେ ରାଣିପାଳ ଗାଁର ସାଉନା ମୁର୍ମୁ । ସାଉନାଙ୍କ ଉପରେ ଭରସା କରି ସୁନାର ସଂସାର ଗଢିବା ଆଶାରେ ପାଠ ପଢାକୁ ଅଧାରେ ଛାଡି ବାପା ମା’ଙ୍କ ଅନିଚ୍ଛା ସତ୍ତ୍ୱେ ଘର ଛାଡ଼ି ଚାଲି ଆସିଥିଲେ ଅନିତା । ଯିଏ ସାତ ଜନମର ସାଥି ହେବା ସହ ସୁରକ୍ଷାର ଶପଥ ନେଇଥିଲା ଆଜି ସିଏ ହି ତାର ଜୀବନ ନେଲା । ତେବେ ସବୁଠାରୁ ବଡ଼ ଦୁଃଖର କଥା ହେଉଛି ଏମାନେ ସିନା ଜିଦ୍‌ କରି ବାହା ହୋଇଥିଲେ ତେବେ ଉଭୟ ଥିଲେ ନାବାଳକ ଓ ନାବାଳିକା । ବାହାଘର ମାତ୍ର କେଇ ମାସ ତଳେ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.