Below header

ହ୍ଵାଟ୍ସଆପ୍‌ ଆଣିଲା ବଢ଼ିଆ ଫିଚର, ଏବେ ନିଜ ହିସାବରେ ବଦଳାଇପାରିବେ ଭଏସ୍‌ ମେସେଜ୍‌ର ସ୍ପିଡ୍‌

ହ୍ଵାଟ୍ସଆପ୍‌ ନିଜ ୟୁଜରଙ୍କୁ ସୁବିଧା ଦେବା ପାଇଁ କେତେକ ଫିଚର ଉପରେ କାମ କରୁଛି। ଏଥିରେ ଏକ ଫିଚରକୁ ହ୍ଵାଟ୍ସଆପ୍‌ ନିଜ ବିଟା ୟୁଜର୍ସଙ୍କ ପାଇଁ ରୋଲ ଆଉଟ୍‌ କରିଛି। ଏହି ଫିଚର ସାହାଯ୍ୟରେ ୟୁଜର୍ସ ଭିନ୍ନ ଭିନ୍ନ ସ୍ପିଡ୍‌ରେ ଭଏସ୍‌ ମେସେଜ୍‌କୁ ପ୍ଲେ କରିପାରିବେ। ଅର୍ଥାତ୍‌ ଆପଣ ଚାହିଁଲେ ଉକ୍ତ ଭଏସ୍‌ ମେସେଜ୍‌କୁ ଫାଷ୍ଟ ସ୍ପିଡ୍‌ରେ ବି ଶୁଣିପାରିବେ ଓ ଧୀରେ ଧୀରେ ବି ଶୁଣିପାରିବେ। ଏହି ନୂଆ ଫିଚର ଆଣ୍ଡ୍ରଏଡ୍‌ର ବିଟା ଭର୍ସନ ୨.୨୧.୯.୪ରେ ମିଳୁଛି। କିନ୍ତୁ ପୂର୍ବ ଭର୍ସନରେ ବି ଏହା ସପୋର୍ଟ କରିଥାଏ। ଏହା ପରେ ଏହି ଫିଚର ଅନ୍ୟ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ।

ଏହି ୩ଟି ଭିନ୍ନ ଭିନ୍ନ ପ୍ଲେ ବ୍ୟାକ୍‌ ସ୍ପିଡ୍‌ରେ ଶୁଣି ପାରିବେ:

ହ୍ଵାଟ୍ସଆପ୍‌ ବିଟା ୟୁଜର୍ସଙ୍କ ପାଇଁ ଭଏସ୍‌ ମେସେଜ୍‌ ପାଖରେ ପ୍ଲେ ବ୍ୟାକ୍‌ ସ୍ପିଡ୍‌ର ସିମ୍ବଲ ନଜର ଆସିବ। ଏହା ଉପରେ କ୍ଲିକ୍‌ କଲେ ୩ଟି ଅଲଗା ଅଲଗା ପ୍ଲେ ବ୍ୟାକ୍‌ ସ୍ପିଡ୍‌ କଣ୍ଟ୍ରୋଲ ଆସିବ। ଏଥିରେ ୧X, ୧.୫X ଓ ୨X ପ୍ଲେ ବ୍ୟାକ୍‌ ଅପସନ୍‌ ବି ଦିଆଯିବ। ଭଏସ୍‌ ମେସେଜ୍‌ ଉପରେ କ୍ଲିକ୍‌ କଲେ ତାହା ସାଧାରଣ ଭାବେ ପ୍ଲେ ହେବ। କିନ୍ତୁ ଆପଣ ଚାହିଁଲେ ଏହାର ସ୍ପିଡ୍‌କୁ ବଦଳାଇ ପାରିବେ।

ଏହି ଫିଚରର ଫାଇଦା:

ଆମକୁ ଯେତେବେଳେ କେହି ନୂଆ ଭଏସ୍‌ ମେସେଜ୍‌ ପଠାଏ ଓ ତାହାର ସମୟ ସୀମା ଅଧିକ ଥାଏ, ସେତେବେଳେ ଆମକୁ ଶୁଣିବାକୁ ଅଧିକ ସମୟ ଲାଗେ। ଏହା ଦ୍ୱାରା ୟୁଜରଙ୍କ ସମୟ ବର୍ବାଦ ହୋଇଥାଏ। ଏଭଳି ସ୍ଥିତିରେ ଯଦି କେହି ବଡ଼ ଭଏସ୍‌ ପଠାଇଲା ତେବେ ଆପଣ ତାହାକୁ ସ୍ପିଡ୍‌ କରି ମଧ୍ୟ ଶୁଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.