ସିମ୍ପାଜୀର କସରତ ଭିଡିଓ ହେଲା ଭାଇରାଲ, ଯାହାକୁ ଦେଖିଲାପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଯଦି ଆପଣଙ୍କୁ ଲାଗୁଛି ଯେ କେବଳ ମଣିଷ ମାନେ ନିଜ ସଉକ ପାଇଁ ଅବା ନିଜକୁ ଫିଟ ରଖିବା ପାଇଁ କସରତ କରିଥାନ୍ତି ଓ ଜିମ ଯାଇଥାନ୍ତି, ତାହେଲେ ଆପଣ ଭୁଲ ଭାବୁଛନ୍ତି । କାରଣ ପଶୁମାନେ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ଅନେକ କୌଶଳ ଆପଣାଇଥାନ୍ତି । କିଛି ପଶୁ ଦୈଡ଼ିଥାନ୍ତି ତ ଅନ୍ୟ କିଛି ପାଣିରେ ପହଁରି କସରତ କରିଥାନ୍ତି । ଆଜି ଆମେ ସେଭଳି କିଛି ଖବର ଆପଣମାନଙ୍କ ଆଗକୁ ନେଇ ଆସିଛୁ । ଯେଉଁଠି ଆପଣ ଏକ ସିମ୍ପାଜୀକୁ ପିଞ୍ଜରା ଭିତରେ କସରତ କରୁଥିବାର ଦେଖିବାକୁ ପାଇବେ । ଏହା କରି ସେ କିପରି ନିଜକୁ ଫିଟ ରଖୁଛି ।
ଏହି ଭିଡିଓଟି ଭାରତୀୟ ବନ ସେବାରେ କାମ କରୁଥିବା ସୁଶାନ୍ତ ନନ୍ଦା ସୋସଆଲ ମିଡିଆରେ ସେୟାର କରିଥିଲେ । ଯାହା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖୁଥିବେ ଏକ ସିମ୍ପାଜୀ କିଭଳି ନିଜ ପିଞ୍ଜରା ମଧ୍ୟରେ ରହି ବ୍ୟାକ ଫ୍ଲିପ ମାରୁଛି । ଏହାକୁ ଦେଖିଲା ପରେ ଅନେକ ଲୋକ ଭିଡିଓଟିକୁ ଖୁବ ପ୍ରଶଂସା କରିଛନ୍ତି ।
What was that? pic.twitter.com/40oj6WlYKs
— Susanta Nanda IFS (@susantananda3) April 25, 2021
ଏହାକୁ କିଛି ଲୋକ ସିମ୍ପାଜୀର ମସ୍ତି କହୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ କସରତର ନାଁ ଦେଉଛନ୍ତି । ତେବେ ସେ ଯାହା ହେଉ ନା କାହିଁକି କରୋନା କାଳରେ ସମସ୍ତେ କସରତ କରି ନିଜକୁ ଫିଟ ରଖିବା ମଧ୍ୟ ନିହାତି ଜରୁରୀ । ଯାହା ଏହି ଭିଡିଓକୁ ଦେଖିଲେ ଅନୁମାନ କରିହେଉଛି ।