ତେଲେଙ୍ଗାନାରେ ବନ୍ଧା ପଡିଛି ନାବାଳିକା ଝିଅ, ସ୍ୱାମୀଙ୍କ ଶବ ନେଇ ଗାଁକୁ ଫେରିଛି ସ୍ତ୍ରୀ

ପୁଣି ଦାଦନ ଦୁଃଖ। ତେଲେଙ୍ଗାନାରେ ବନ୍ଧା ପଡିଛି ନାବାଳିକା ଝିଅ। ସ୍ୱାମୀଙ୍କ ଶବ ନେଇ ଗାଁକୁ ଫେରିଛି ସ୍ତ୍ରୀ।

ବଲାଙ୍ଗିର(କେନ୍ୟୁଜ): ପୁଣି ଦାଦନ ଦୁଃଖ । ତେଲେଙ୍ଗାନାରେ ବନ୍ଧା ପଡିଛି ନାବାଳିକା ଝିଅ । ସ୍ୱାମୀଙ୍କ ଶବ ନେଇ ଗାଁକୁ ଫେରିଛି ସ୍ତ୍ରୀ । ବଲାଙ୍ଗିର ବେଲପଡା ବ୍ଳକ ବନମାଲ ଗାଁରେ ଶୁକଦେବ ପରାଭୁଏ । ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ।

ଗତ ୮ ତାରିଖରେ ସେଠାରେ ଶୁକଦେବଙ୍କ ମୃତ୍ୟୁ ହୋଇଥିଲା। ଶୁକଦେନ ଅଗ୍ରିମ ଇଟାଭାଟି ମାଲିକଙ୍କ ଠାରୁ ୬୦ ହଜାର ଟଙ୍କା ନେଇଥିଲେ। ସେଥିପାଇଁ ତାଙ୍କ ମୃତ୍ୟୁ ପରେ ଶବ ଛାଡିଲେନି ଇଟାଭାଟି ମାଲିକ। ଏପରିକି ଅନ୍ତିମ ସତ୍କାର ପାଇଁ ଟଙ୍କା ଦେଲେନି। ଟଙ୍କା ନଶୁଝିଲେ ଶବ ଛାଡିବେନି କହିଥିଲେ।

ଏଭଳି ସ୍ଥିତିରେ ବାଧ୍ୟ ହୋଇ ନିଜ ନାବାଳିକା ଝିଅକୁ ମାଲିକ ପାଖରେ ବନ୍ଧା ରଖି ସ୍ୱାମୀଙ୍କ ଶବ ନେଇ ଫେରିଛନ୍ତି ମହିଳା। ମୃତଦେହ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା । ଶବ ରଖି ରାସ୍ତାରୋକ କରିଥିଲେ ଗ୍ରାମବାସୀ। ତହସିଲଦାର ପହଂଚି ରେଡକ୍ରସ ପାଣ୍ଠିରୁ ୭ ହଜାର ଟଙ୍କା ଦେବା ପରେ ରାସ୍ତାରୋକ ହଟିଥିଲା । ପରେ ଅନ୍ତିମ ସତ୍କାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.