ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ, ପତ୍ନୀଙ୍କ ଅସୁସ୍ଥତା ଯୋଗୁଁ ହୋଇପାରିବେନି ହାଜର

ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ଲାଲୁଙ୍କ ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ହାଜର ହେବାକୁ ସମନ କରିଛି ସିବିଆଇ। ଦିଲ୍ଲୀ ସ୍ଥିତ ହେଡକ୍ୱାର୍ଟରକୁ ତେଜସ୍ୱୀଙ୍କୁ ପଚରାଉଚରା ପାଇଁ ଡାକିଛି ସିବିଆଇ । କିନ୍ତୁ ତେଜସ୍ୱୀ ଯାଦବଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସେ ସିବିଆଇ ହେଡକ୍ୱାର୍ଟରକୁ ଯାଇପାରିବେନି ବୋଲି କହିଛନ୍ତି ।

ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ଲାଲୁଙ୍କ ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ହାଜର ହେବାକୁ ସମନ କରିଛି ସିବିଆଇ। ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ ଯାଏ ଇଡି ପକ୍ଷରୁ ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ରେଡ୍ କରିଥିଲା। ଇଡି ଅଧିକାରୀଙ୍କ ରେଡ୍‌ ପରେ ସିବିଆଇ ତାଙ୍କୁ ସମନ କରି ଆଜି ହିଁ ଜେରା ପାଇଁ ହାଜର ହେବାକୁ ନୋଟିସ କରିଛି। ଦିଲ୍ଲୀ ସ୍ଥିତ ହେଡକ୍ୱାର୍ଟରକୁ ତେଜସ୍ୱୀଙ୍କୁ ପଚରାଉଚରା ପାଇଁ ଡାକିଛି ସିବିଆଇ । କିନ୍ତୁ ତେଜସ୍ୱୀ ଯାଦବଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସେ ସିବିଆଇ ହେଡକ୍ୱାର୍ଟରକୁ ଯାଇପାରିବେନି ବୋଲି କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ସିବିଆଇ ସମାନ ଘଟଣାରେ ତେଜସ୍ୱୀଙ୍କୁ ମାର୍ଚ୍ଚ ୪ରେ ହାଜର ହେବାକୁ କହିଥିଲେ। କିନ୍ତୁ ସେ ତଦନ୍ତକାରୀ ସଂସ୍ଥାକୁ କିଛି ଦିନ ସମୟ ମାଗିଥିଲେ। ଏବେ ସିବିଆଇ ଆଜି ତାଙ୍କୁ ହାଜର ହେବାକୁ ସମନ କରିଛି।

ସିବିଆଇ ଚାକିରି ପାଇଁ ଜମି ସ୍କାମ ଘଟଣାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ଜେରା କରିଥିଲା। ମାର୍ଚ୍ଚ ୭ରେ ଲାଲୁଙ୍କୁ ସିବିଆଇ ୫ ଘଣ୍ଟା ଧରି ପାଣ୍ଡରା ରୋଡରେ ଥିବା ଝିଅ ମିଶା ଭାରତୀଙ୍କ ଘରେ ପ୍ରାୟ ୫ ଘଣ୍ଟା ଧରି ଜେରା କରିଥିଲା। କିଡ୍‌ନୀ ପ୍ରତିରୋପଣ ପରେ ଲାଲୁ ସେହିଠାରେ ହିଁ ରହୁଛନ୍ତି। ଏହାର ଦିନକ ପୂର୍ବରୁ ସିବିଆଇ ପାଟନା ସ୍ଥିତ ରାବ୍ରୀ ଦେବୀଙ୍କ ଘରେ ପହଞ୍ଚି ତାଙ୍କୁ ଜେରା କରିଥିଲା।

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ରୁଜୁ କରିଥିବା କେସ୍‌ରେ ଲାଲୁ, ତାଙ୍କ ଝିଅ ମିଶା ଓ ହେମାଙ୍କ ବ୍ୟତୀତ ଆଉ ୯ ଜଣ ପରିବାର ସଦସ୍ୟଙ୍କ ନାଁ ରହିଛି।