Below header

ସ୍ୱାମୀ ଦ୍ଵିତୀୟ ବିବାହ କରିଥିବା ଜାଣିବା ପରେ ଦେଢ ବର୍ଷର ପୁଅକୁ ଧରି ଧାରଣାରେ ପ୍ରଥମ ସ୍ତ୍ରୀ

ସ୍ତ୍ରୀର ଅଧିକାର ସହ ନ୍ୟାୟ ଦାବି କରି ସ୍ୱାମୀ ଘର ଆଗରେ ଧାରଣା । ନିଜ ଦେଢ ବର୍ଷର ପୁଅକୁ ଧରି ଧାରଣାରେ ବସିଛନ୍ତି ପ୍ରଥମ ସ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ମତୋ ଫାଣ୍ଡି ମାଳବାଡ ଗାଁର ଘଟଣା । ସ୍ୱାମୀ ଦ୍ଵିତୀୟ ବିବାହ କରିଥିବା ଜାଣିବା ପରେ ଧାରଣାରେ ବସିଛନ୍ତି ପ୍ରଥମ ସ୍ତ୍ରୀ ।

ଚାନ୍ଦବାଲି(କେନ୍ୟୁଜ୍): ସ୍ତ୍ରୀର ଅଧିକାର ସହ ନ୍ୟାୟ ଦାବି କରି ସ୍ୱାମୀ ଘର ଆଗରେ ଧାରଣା । ନିଜ ଦେଢ ବର୍ଷର ପୁଅକୁ ଧରି ଧାରଣାରେ ବସିଛନ୍ତି ପ୍ରଥମ ସ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ମତୋ ଫାଣ୍ଡି ମାଳବାଡ ଗାଁର ଘଟଣା । ସ୍ୱାମୀ ଦ୍ଵିତୀୟ ବିବାହ କରିଥିବା ଜାଣିବା ପରେ ଧାରଣାରେ ବସିଛନ୍ତି ପ୍ରଥମ ସ୍ତ୍ରୀ ।

ସୂଚନା ଅନୁଯାୟୀ, ୨୦୨୦ ମସିହା ତେନ୍ତୁଲିଡିହି ପଞ୍ଚାୟତ ମୂଳକାଏମା ଗାଁର ଲକ୍ଷ୍ମଣ ବିଶ୍ବାଳଙ୍କ ଝିଅ ସାଗରିକା ବିଶ୍ବାଳ ମାଳବାଡ ଗଳାଁର ରତିକାନ୍ତ ବିଶ୍ବାଳଙ୍କୁ ବିବାହ କରିଥିଲେ । ବାହାଘର ପରେ ସ୍ୱାମୀ ଓ ଶାଶୁ ସାଗରିକାଙ୍କୁ ମାଡ ମାରିବା ସହ ବିଭିନ୍ନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ତେବେ ପୁଅ ଜନ୍ମ ହେବା ପରେ ୬ମାସ ହେବ ସାଗରିକା ବାପଘରେ ରହୁଥିଲେ । ଏହାର ସୁଯୋଗ ନେଇ ରତିକାନ୍ତ ବେଙ୍ଗାଳୁରୁରେ ଆଉ ଜଣଙ୍କୁ ବିବାହ କରିଥିଲେ । ଏନେଇ ଜାଣିବା ପରେ ଶାଶୁଘରକୁ ଆସିଥିଲେ ସାଗରିକା । ସେଠାରେ ସାଗରିକାଙ୍କୁ ତାଙ୍କ ସ୍ୱାମୀ ମାଡ ମାରି ଘରୁ ବାହାର କରି ଦେଇଥିବା ଅଭିଯୋଗ କରିଛନ୍ତି ସାଗରିକାଙ୍କ ବାପା । ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.