Below header

ଆଉ ଦେବାକୁ ପଡିବନି ଟୋଲ ଟ୍ୟାକ୍ସ, ୧୦୦% ହୋଇଯିବ ଛାଡ

ନ୍ୟାସନାଲ ହାଇେଓ୍ଵରେ ଅତିକ୍ରମ କରିବା ସମୟରେ ଗାଡ଼ି ଚାଳକମାନଙ୍କୁ ଟୋଲ୍ ଟାକ୍ସ ଦେବାକୁ ପଡ଼ିଥାଏ । ସାରା ଦେଶର ନେସନାଲ ହାଇୱେ ସମେତ କିଛି ସାଧାରଣ ରାସ୍ତାରେ ମଧ୍ୟ ଟୋଲ ଟାକ୍ସ ଦେବାକୁ ପଡ଼େ ।

ନ୍ୟାସନାଲ ହାଇେଓ୍ଵରେ ଅତିକ୍ରମ କରିବା ସମୟରେ ଗାଡ଼ି ଚାଳକମାନଙ୍କୁ ଟୋଲ୍ ଟାକ୍ସ ଦେବାକୁ ପଡ଼ିଥାଏ । ସାରା ଦେଶର ନେସନାଲ ହାଇୱେ ସମେତ କିଛି ସାଧାରଣ ରାସ୍ତାରେ ମଧ୍ୟ ଟୋଲ ଟାକ୍ସ ଦେବାକୁ ପଡ଼େ । ତେବେ ବର୍ତ୍ତମାନ ଏହି ଟୋଲ ଟାକ୍ସରେ ୧୦୦% ଛାଡ଼ ପାଇପାରିବେ ଆପଣ । ଆଉ ଏହି ସୁବିଧା ପାଇପାରିବେ ଖାସ୍‌ କରି ଦିବ୍ୟାଙ୍ଗ ଚାଳକ । ରାଜମାର୍ଗରେ ଏହି ଟୋଲ ଟାକ୍ସ ନ ଦେଇ ଯାତ୍ରା କରିପାରିବେ ଦିବ୍ୟାଙ୍ଗ ଗାଡ଼ି ଚାଳକ ।

କହିରଖିବାକୁ ଚାହିଁବୁ ଯେ ଯଦିଓ ଏହି ନିୟମ କେବଳ ଗୋଟିଏ ରାଜ୍ୟରେ ଲାଗୁ ହେବା ନେଇ ଘୋଷଣା କରାଯାଇଛି । ଏହି ରାଜ୍ୟରେ ଦିବ୍ୟାଙ୍ଗ ଗାଡ଼ିଚାଳକମାନଙ୍କୁ ମାଗଣା(ଟୋଲ ଟାକ୍ସ ବ୍ୟତୀତ) ଯାତାୟତର ସୁବିଧା ଦେବେ ରାଜ୍ୟ ସରକାର । ଟୋଲ ଟାକ୍ସ ଛାଡ଼କୁ ନେଇ ଏଭଳି ଏକ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ରାଜ୍ୟର ମହିଳା ଏବଂ ବାଲ ବିକାଶ ମନ୍ତ୍ରୀ ଡା. ବଲଜୀତ କୌର କହିଛନ୍ତି ଯେ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ପଞ୍ଜାବର ରାଷ୍ଟ୍ରୀୟ ରାଜମାର୍ଗରେ ଟୋଲରେ ୧୦୦% ଛାଡ଼ କରାଯାଇଛି ।

ତେବେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବାହନଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହୋଇପାରିବ । ମୋଟର ଭେହିକିଲ ଆକ୍ଟ, ୧୯୮୮ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମ ଅନୁସାରେ, ଦିବ୍ୟାଙ୍ଗଙ୍କ ନାମରେ ରେଜିଷ୍ଟର ହୋଇଥିବା ଯାନବାହନ ପାଇଁ ଟୋଲ ପ୍ଲାଜାରେ ୧୦୦% ଛାଡ଼ କରାଯିବ । ତେବେ ଭିନ୍ନକ୍ଷମମାନଙ୍କୁ ନିଜ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଇତ୍ୟାଦି ଡିପୋଜିଟ କରିବାକୁ ପଡ଼ିବ ।

ଏହାପରେ ଡା. ବାଲଜୀତ କହିଛନ୍ତି ଯେ, ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜର ନୂଆ/ପୁରୁଣା ଗାଡ଼ିକୁ ଦିବ୍ୟାଙ୍ଗଜନ ଭାବରେ ପରିବହନ ବିଭାଗରେ ଆବେଦନ ପତ୍ର ଦେଇ ପଞ୍ଜୀକୃତ କରାଇ ପାରନ୍ତି । ଏହାର ଫାଇଦା ପାଇବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର ଟ୍ୟାଗ୍ ନେବାକୁ ପଡ଼ିବ । ଏଥିପାଇଁ ସେମାନଙ୍କୁ https://exemptedfastag.nhai.org/exemptedfastag ୱେବସାଇଟରେ ନିଜ ନାମ ପଞ୍ଜକୃତ କରିବାକୁ ହେବ । ପଞ୍ଜୀକରଣ ଫର୍ମ ପୂରଣ କରିବା ପରେ ଅଧିକାରୀଙ୍କ ତରପରୁ ସ୍ପେଶାଲ ଫାଷ୍ଟ ଟ୍ୟାଗ୍ ପ୍ରଦାନ କରାଯିବ । ଏହାକୁ ଆବେଦନକାରୀ ନିଜ ଗାଡ଼ିରେ ଲଗାଇବେ । ଏହାପରେ ହିଁ ପଞ୍ଜାବ ସରକରାଙ୍କ ଏହି ନୂଆ ନିୟମ ଅନୁସାରେ, ଟୋଲ ପ୍ଲାଜାରେ ୧୦୦% ଛାଡ଼ ପାଇପାରିବେ ଭିନ୍ନକ୍ଷମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.