ମନେ ପଡନ୍ତି ସରୋଜ ଖାନ, ମାଧୁରୀ ଓ ଶ୍ରୀଦେବୀଙ୍କୁ ଡ୍ୟାନ୍ସ ଶିଖାଇ ଇଣ୍ଡଷ୍ଟ୍ରୀରେ ସୃଷ୍ଟି କରିଥିଲେ ନୂଆ ଅଧ୍ୟାୟ

ସରୋଜ୍‌ ଖାନଙ୍କ ଜନ୍ମ ଦିନ ଅବସରରେ ତାଙ୍କ ବିଷୟରେ କିଛି ବିଶେଷ କଥା ଜାଣିବା । ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ସରୋଜ୍‌ ଖାନଙ୍କ ବିଷୟରେ ଜଣାଇବୁ ଯିଏ ନିଜ କଠିନ ପରିଶ୍ରମରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ଓ ଆଜି ମଧ୍ୟ ଲୋକଙ୍କ ମନରେ ଘର କରି ରହିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀରେ କିଛି କଳାକାର ଏପରି ଅଛନ୍ତି, ଯେଉଁମାନେ ସବୁ ବେଳେ ଲୋକଙ୍କ ମନରେ ଘର କରି ରହିଛନ୍ତି । ସେହିପରି ବଲିଉଡର ଡ୍ୟାନ୍ସ କୋସିଓଗ୍ରାଫର ସରୋଜ୍‌ ଖାନ ଜଣେ ଏପରି କଳାକାର ଯିଏ ନିଜ କଠିନ ପରିଶ୍ରମରେ ଇଣ୍ଡଷ୍ଟ୍ରୀରେ ନିଜର ଏକ ପରିଚୟ ସୃଷ୍ଟି କରଥିଲେ । ତେଣୁ ଆଜି ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ବିଷୟରେ କିଛି ବିଶେଷ କଥା ଜାଣିବା । ଏହି କଳାକାର ନିଜ ଡ୍ୟାନ୍ସ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହୁଥିଲେ ।

ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ସରୋଜ୍‌ ଖାନଙ୍କ ବିଷୟରେ ଜଣାଇବୁ ଯିଏ ନିଜ କଠିନ ପରିଶ୍ରମରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ଓ ଆଜି ମଧ୍ୟ ଲୋକଙ୍କ ମନରେ ଘର କରି ରହିଛନ୍ତି ।

ସେଥିପାଇଁ ଆମେ ଆଜି ଆପଣଙ୍କୁ ଦେଶର ଲୋକପ୍ରିୟ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ କିଛି ସ୍ମୃତି ବିଷୟରେ ଜଣାଇବୁ, ଯାହା ଏବେବି ଲୋକଙ୍କ ମନରେ ରହିଛି । ତେବେ ସରୋଜ ଖାନ୍‌ଙ୍କୁ ‘ମଦର ଅଫ୍‌ ଡ୍ୟାନ୍ସ’ ମଧ୍ୟ କୁହାଯାଏ । ସରୋଜ ଖାନ୍‌ ବଲିଉଡ ଇଣ୍ଡଷ୍ଟ୍ରୀରେ ଶ୍ରୀଦେବୀଙ୍କ ଠାରୁ ଆରମ୍ଭ କରି ମାଧୁରୀଙ୍କ ପର୍ଯ୍ୟନ୍ତ ଅନେକ କଳାକାରଙ୍କୁ ଡ୍ୟାନ୍ସ ଶିକ୍ଷାଇଥିଲେ । ତେବେ ଇଣ୍ଡଷ୍ଟ୍ରୀର ସର୍ବଶ୍ରେଷ୍ଠ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାନ୍‌ ଆଜି ଆମ ମଧ୍ୟରେ ନାହାନ୍ତି, କିନ୍ତୁ ଏବେ ମଧ୍ୟ ସମସ୍ତଙ୍କ ହୃଦୟରେ ବଞ୍ଚିରହିଛନ୍ତି । ୭୧ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଥିଲେ । ହେଲେ ସେ ତାଙ୍କ କ୍ୟାରିୟରରେ ପ୍ରାୟ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫ କରିଥିଲେ ।

ସରୋଜ ଖାନ୍‌ ୧୯୪୮ ନଭେମ୍ବର ୨୨ରେ ଜନ୍ମ ନେଇଥିଲେ । ତାଙ୍କ ନାମ ପ୍ରଥମେ ନିର୍ମଳା ନାଗପାଳ ଥିଲା, ହେଲେ ସେ ଇଣ୍ଡଷ୍ଟ୍ରୀକୁ ଆସିବା ପରେ ତାଙ୍କ ନାମ ପରିବର୍ତ୍ତନ କରି ସରୋଜ ଖାନ ରଖିଥିଲେ । ସେ ପ୍ରାୟ ତିନି ବର୍ଷ ବୟସରୁ ଶିଶୁ କଳାକାର ଭାବେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ଏହା ପରେ ସେ କେବେ ନିଜ କ୍ୟାରିୟରରେ ଅଟକି ନଥିଲେ ଏବଂ ଇଣ୍ଡଷ୍ଟ୍ରୀରେ ନିଜର ପ୍ରତିଭା ପ୍ରଦର୍ଶଇ କରିଥିଲେ ।

ଯଦି ତାଙ୍କ କ୍ୟାରିୟର ବିଷୟରେ କହିବା ତାହେଲେ ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଯେ ତାଙ୍କ ଝିଅ ଯେତେବେଳେ ୮ ମାସର ହୋଇଥିଲା ତାର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସରୋଜ ଖାନ୍‌ ତାଙ୍କ ଝିଅକୁ କବର ଦେବା ପରେ ଟ୍ରେନ୍‌ ଧରି ସୁଟିଂ କରିବା ପାଇଁ ବାହାରି ଆସିଥିଲେ । ଇଣ୍ଡଷ୍ଟ୍ରୀରେ ନିଜ ପରିଚୟ ତିଆରି କରିଥିବା ସରୋଜ ଖାନ ୮ଟି ଫିଲ୍ମଫେୟାର ଏବଂ ଆମେରିକୀୟ କୋରିଓଗ୍ରାଫି ପୁରସ୍କାର ପାଇଥିଲେ । ସୂଚନା ମୁତାବକ, ସରୋଜ ଖାନ୍‌ କେବେ ମଧ୍ୟ କାମରୁ ଛୁଟି ନେଇ ନଥିଲେ । ସେ ପ୍ରତି ଦିନ ନିଜ କାମକୁ ବହୁତ ସମୟ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.