ରାଜଧାନୀରେ ଗଜରାଜ ଆତଙ୍କ! ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଲା ହାତୀ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପଶିଲା ହାତୀ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପଶିଲା ହାତୀ। ସହର ମଧ୍ୟକୁ ପଶିଅଆସିଥିବାରୁ ନାକେଦମ୍‌ ହୋଇଥିଲ ବନବିଭାଗ କର୍ମଚାରୀ। ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା। ଦିନରେ ପିପିଲିରେ ଆତଙ୍କ ଖେଳାଇବା ପରେ ରାତିରେ ଭୁବନେଶ୍ୱରରେ ପସିଥିଲା। ଆଇଗିଣିଆ ଶନି ମନ୍ଦିର ନିକଟରେ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିଛି ବନ ବିଭାଗ । ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କ୍ରେନ୍‌ ସାହାଯ୍ୟରେ ଉଠାଯିବ। ଏହାପରେ ଟ୍ରକରେ ନିଆଯାଇ ଚନ୍ଦକା ଜଙ୍ଗଲରେ ଛଡାଯିବ।