ଆଜି ପବିତ୍ର ଅଁଳା ନବମୀ, ସାକ୍ଷୀ ଗୋପୀନାଥ ମନ୍ଦିରରେ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ

ପିପିଲି(କେନ୍ୟୁଜ୍): ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀ ଗୋପୀନାଥ ମନ୍ଦିରରେ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇଛନ୍ତି ରାଧାରାଣୀ । ରାତି ୩ ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ଆଦି କରାଯାଇଛି। ଏହାପରେ ସାକ୍ଷୀଗୋପୀନାଥ ଓ ମା’ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜିତ କରାଯାଇଛି ।

temple

ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି। ଧାଡିରେ ଯାଇ ଦର୍ଶନ କରୁଛନ୍ତି ଭକ୍ତ। ତେବେ ମାଆଙ୍କ ପାଦ ଛୁଇଁବା ମନା । ବର୍ଷକର ଗୋଟିଏ ଦିନରେ ରାଧାରାଣୀ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାନ୍ତି। ବିଶ୍ୱାସ ରହିଛି, ରାଧା ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ସିସି କ୍ୟାମେରା ଲଗାଯାଇଛି। ଭକ୍ତଙ୍ର ସୁବିଧା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ଓ ଅସ୍ଥାୟୀ ପରିଶ୍ରାଗାର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.