Below header

ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହେବେ କି ଧର୍ମେନ୍ଦ୍ର ପ୍ରଧାନ ? ଆଜି ସମ୍ବଲପୁରରେ ଏକ ଭାଷଣକୁ ନେଇ ଚର୍ଚ୍ଚା ଜୋର୍

କେନ୍ୟୁଜ୍(ବ୍ୟୁରୋ):  ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହେବେ କି ଧର୍ମେନ୍ଦ୍ର ପ୍ରଧାନ ? ଯଦିଓ ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ତିନି ବର୍ଷରୁ ଅଧିକ ସମୟ ରହିଛି । କିନ୍ତୁ ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରରେ ଏକ ଭାଷଣକୁ ନେଇ ଏଭଳି ଚର୍ଚ୍ଚା । ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ତାଙ୍କ ଗାଁ ଖିଣ୍ଡାକୁ ଯାଇଥିଲେ ଧର୍ମେନ୍ଦ୍ର । ସେଠାରେ ଦେଇଥିବା ଭାଷଣର କିଛି ଅଂଶ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଭାଷଣରେ ଲୋକଙ୍କ ମୌଳିକ ସମସ୍ୟା ଓ ବିକାଶ ପ୍ରସଙ୍ଗରେ କହିଥିଲେ ।

ଧର୍ମେନ୍ଦ୍ର କହିଥିଲେ, ଖିଣ୍ଡା ଲୋକଙ୍କ ପାଇଁ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଏକ ଆଦର୍ଶ ବ୍ୟବସ୍ଥା କରନ୍ତୁ । ତାଙ୍କ ସହ ସେ ରହିବେ । ଏତିକିବେଳେ କଥା ଛଳରେ କହିଥିଲେ, ରାଜା ସାହେବ ଚାହିଁଲେ ସେ ପୁଣି ଲୋକସଭା ସାଂସଦ ହୋଇପାରନ୍ତି । ତାଙ୍କର ଏହି ଦୁଇ ପଦ କଥା ପରେ ପଲିଟିକାଲ୍‌ କରିଡରରେ ଚର୍ଚ୍ଚା ହେଉଛି, କଣ ଧର୍ମେନ୍ଦ୍ର ୨୦୨୪ରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ କି ?

dharmendra 1
କହୁ କହୁ କେନ୍ଦ୍ରମନ୍ତ୍ରୀ ଏଭଳି କଥା କହି ଦେଲେ ନା ତାପଛରେ କିଛି ତାତ୍ପର୍ଯ୍ୟ ରହିଛି । ପୂର୍ବରୁ ୨୦୦୪-୨୦୦୯ ଯାଏ ଧର୍ମେନ୍ଦ୍ର ଦେବଗଡ଼ରୁ ସାଂସଦ ଥିଲେ । ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି । ମୋଦିଙ୍କ ପ୍ରଥମ ପାଳିରେ ବିହାରରୁ ରାଜ୍ୟସଭା ଯାଇଥିଲେ । ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୨୦୧୯ ସାଧାରଣ ନିର୍ବାଚନ ସେ ଲଢ଼ି ନଥିଲେ । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.