ନିଜ ସ୍କୁଲର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଆଇଏଏସ୍‌, ଯାଜପୁର ଜିଲ୍ଲା ସ୍କୁଲ ଓ ବିଂଝାରପୁର ବ୍ରଜସୁନ୍ଦର ସ୍କୁଲକୁ ଗ୍ରହଣ କଲେ ପୋଷ୍ୟ ଭାବେ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାର ଦୁଇଟିଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ରାଜ୍ୟର ଦୁଇ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ। ଯାଜପୁର ଜିଲ୍ଲା ସ୍କୁଲକୁ କେନ୍ଦ୍ରାପଡା ଜିଲାପାଳ ଅମୃତ ଋତୁରାଜ ଏବଂ ବିଂଝାରପୁର ସୟଦପୁର ସ୍ଥିତ ବ୍ରଜ ସୁନ୍ଦର ଉଚ୍ଚ ବିଦ୍ୟାଳୟକୁ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ଉଭୟ ପ୍ରଶାସକ ସଂପୃକ୍ତ ସ୍କୁଲର ପୁରାତନ ଛାତ୍ର ।

ଏହି ପ୍ରଶାସନିକ ଅଧିକାରୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଖୁସି ଵ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଏହି ବିଦ୍ୟାଳୟ ଅଧିକ ଉନ୍ନତି କରିବ ଏବଂ ଉଦାହରଣ ସୃଷ୍ଟିକାରୀ ହେବ ବୋଲି ସମସ୍ତେ ଆଶା କରିଛନ୍ତି।

BRAJASUNDAR SCHOOL

ଢେଙ୍କାନାଳ ବ୍ରଜନାଥ ସ୍କୁଲର ବିକାଶ ଦାୟିତ୍ୱ ଏବେ ରୁପା ରୋଶନ ସାହୁଙ୍କ ହାତରେ

ଢେଙ୍କାନାଳ : ସେହିପରି ଢେଙ୍କାନାଳର ଶହେ ବର୍ଷରୁ ଊର୍ଦ୍ଧ୍ୱ ପୁରାତନ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟକୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ରୁପା ରୋଶନ ସାହୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିଛନ୍ତି।

DHENKANAL

ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମରେ ରୁପା ରୋଶନ ଏହି ପଦକ୍ଷେପ ନେଇଛନ୍ତି । ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟରତ । ଢେଙ୍କାନାଳରେ ଜିଲ୍ଲାପାଳ ଥିବା ସମୟରେ ରୁପା ରୋଶନ ଅନେକ ଥର ଏହି ବିଦ୍ୟାଳୟ ଗସ୍ତ କରିଥିଲେ। ସେହି ସମୟରେ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି। ତେଣୁ ଏହି ବିଦ୍ୟାଳୟକୁ ସେ ପୋଷ୍ୟ ଭାବରେ ଗ୍ରହଣ କରିଥିବାରୁ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.