Below header

ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଲେ ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା

କେନ୍ୟୁଜ୍(ବ୍ୟୁରୋ):  ନେତାଜୀଙ୍କ ୧୨୫ ଜୟନ୍ତୀ ସମାରୋହ ବା ପରାକ୍ରମ ଦିବସରେ  ଭିକ୍ଟୋରିଆ ପ୍ୟାଲେସ ବୁଲିସାରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଏହି ଅଭସରରେ ମୋଦି କହିଥିଲେ

  • ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା।
  • ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ।
  • ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କଲା ଭଳି ସମୟ।
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା।
  • କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ ତାଜୁବ ହେଉଥିଲା।
  • ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ।
  • ହାୱଡ଼ା ମେଲ୍‌ର ନାଁ ନେତାଜୀ ଏକ୍ସପ୍ରେସ ରଖାଯାଇଛି

pm modi 2

ନେତାଜୀ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପ୍ରେରଣା ବୋଲି ସେ କହିଛନ୍ତି। ନେତାଜୀ ରାଣୀ ଝାନ୍ସି ରେଜିମେଣ୍ଟ କରି ମହିଳାଙ୍କୁ ଆଗକୁ ଆଣିଥିଲେ। ନିଜ ଭୂମିରେ ନିଜ ସରକାର ପାଇଁ ନେତାଜୀ ସଂକଳ୍ପ ନେଇଥିଲେ। ଆଣ୍ଡାମାନରେ ଜାତୀୟ ପତାକା ଉଡ଼ାଇ ନିଜ ସଂକଳ୍ପ ପୂରା କରିଥିଲେ। ଆଣ୍ଡାମାନର ଉକ୍ତ ଦ୍ୱୀପକୁ ନେତାଜୀଙ୍କ ନାଁରେ ନାମିତ କରାଗଲା।

pm modi 1

କିଏ ଏମିତି ଅଛି, ଯାହା ପଛରେ ପୂରା ବ୍ରିଟିଶ ସରକାର ଲାଗିଥିଲେ। ପୂରା ବ୍ରିଟିଶ ସରକାର ତାଙ୍କ ପଛରେ ଲାଗିଥିଲେ ବି ସେ ଖସି ଯାଇଥିଲେ ବୋଲି ମୋଦି କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.