ପାକିସ୍ତାନ ସୀମାରୁ ପୁଣି ଦେଖିବାକୁ ମିଳିଲା ସୁଡଙ୍ଗ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

 ନୂଆଦିଲ୍ଲୀ :  କିଛି ଦିନ ଅନ୍ତରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ପୁଣି ଏକ ସୁଡଙ୍ଗ ଦେଖିବାକୁ ମିଳିଛି । ଏହାକୁ ଠାବ କରିଛନ୍ତି ବିଏସ୍‌ଏଫ୍‌ ର ଯବାନମାନେ । ଜମ୍ମୁ-କଶ୍ମୀର କଠୁଆ ଜିଲ୍ଳା ଅନ୍ତର୍ଗତ ଭାରତ-ପାକ୍‌ ସୀମାରେ ଏହି ସୁଡଙ୍ଗକୁ ଠାବ ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ଏହି ସୁଡଙ୍ଗର ଲମ୍ବ ୧୫୦ ମିଟର ଥିବାବେଳେ ଗଭୀରତା ରହିଛି ୩୦ ଫୁଟ୍‌ । ସୁଡ଼ଙ୍ଗର ଗୋଟିଏ ମୁହଁ ପାକିସ୍ତାନରେ ରହିଥିବା ବେଳେ ଅନ୍ୟ ମୁହଁ ଭାରତରେ ରହିଥିବା ଜଣାଯାଇଛି । ଏହି ସୁଡ଼ଙ୍ଗ ମିଳିବା ପରେ ପୁରା ଅଞ୍ଚଳକୁ କର୍ଡ଼ନ କରିଦିଆଯାଇଛି । ୧୦ ଦିନ ପୂର୍ବରୁ ଏହି ଅଞ୍ଚଳରେ ଆଉ ଏକ ସୁଡ଼ଙ୍ଗକୁ ଠାବ କରାଯାଇଥିଲା ।

tunnel
photo credit : ZeeNews

ପ୍ରକାଶଯୋଗ୍ୟ ଯେ ଗତ ଜୁନ୍‌ ମାସରେ ଭାରତ ସୀମାରେ ଦେଖାଯାଇଥିବା ଏକ ଡ୍ରୋନ୍‌କୁ ସୁରକ୍ଷା କର୍ମୀମାନେ ଖସାଇ ଦେଇଥିଲେ । ସେଥିରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଥିବା ଦେଖାଯାଇଥିଲା । ସେହିପରି ୨୦୧୯ ରେ ମଧ୍ୟ ଏହି ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା କର୍ମୀମାନେ ରୋକି ଦେଇଥିଲେ । ଗତ ୬ ମାସ ମଧ୍ୟରେ ଏହି ଅଞ୍ଚଳରେ ୪ଟି ସୁଡଙ୍ଗ ଠାବ କରାଗଲାଣି । ପାକିସ୍ତାନ ସର୍ବଦା ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କର ଉଦ୍ୟମକୁ ସର୍ବଦା ପଣ୍ଡ କରୁଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.