ପାରାଦୀପ: ନକଲି କୋଭିଡ ନେଗେଟିଭ ରିପୋର୍ଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ତିଆରି କରୁଥିବା ଯୁବକ ଗିରଫ

ପାରାଦୀପ(କେନ୍ୟୁଜ୍) : କୋଭିଡ ନେଗେଟିଭ ଓ କ୍ୟାରେକ୍ଟର ସାର୍‌ଟିଫିକେଟ ତିଆରି କରୁଥିବା ଯୁବକଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗିରଫ ଯୁବକ ଜଣଙ୍କ କାଳନ୍ଦୀ ତରାଇ ତା ଘର କୁଜଙ୍ଗ ବ୍ଲକ ବଗଦିଆ ଗ୍ରାମର ବୋଲି ଜଣାପଡିଛି । କାଳନ୍ଦି ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ଯ୍ୟରତ ଏଲ.ଆଣ୍ଡ.ଟି କମ୍ପାନିର କଲୋନୀ ଭିତରେ ଏକ ଦୋକାନରେ ନକଲି ମିଡିକାଲ ସାର୍ଟିଫିକେଟ ଓ କ୍ୟାରେକ୍ଟର ସାର୍ଟିଫିକେର୍ଟ ତିଆରି କରୁଥିଲା ।

ତେବେ କୌଣସି ସୂତ୍ରରୁ ଖବର ପାଇ ଅଭୟଚାନ୍ଦପୁର ପୋଲିସ କଲୋନୀ ଭିତରେ ଥିବା ଦୋକାନ ଉପରେ ଚଢାଉ କରି ନକଲି ସାର୍ଟିଫିକେଟ ତିଆରିରେ ବ୍ୟବହୃତ ଗୋଟିଏ କମ୍ପୁଟର ଦୁଇଟି ପ୍ରିନଟର ଓ ଗୋଟିଏ ଲାପଟପ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ କାଳନ୍ଦି ତରାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଭୟଚାନ୍ଦପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.