Below header

ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍‌ସ ସେଣ୍ଟରରୁ ମନୋନୀତ ହେଲେ ୩୧ ଜଣ ପ୍ରତିଭା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦେଶରେ ହକି ପ୍ରତିଭା ସୃଷ୍ଟି ପାଇଁ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍‌ସ ସେଣ୍ଟର(ଏଚ୍‌ପିସି ) ପକ୍ଷରୁ ଚାଲିଛି ଜୋରଦାର ଉଦ୍ୟମ । ଏହି କ୍ରମରେ ଗତକାଲି ୩୧ ଜଣ ପ୍ରତିଭାଙ୍କୁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରୁ ଏଚ୍‌ପିସି ସମେତ କିଛି ଖେଳାଳି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପାନପୋଷ ଓ ସୁନ୍ଦରଗଡ଼ ହକି ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେବେ । ଏହି ୩୧ ଜଣଙ୍କ ମଧ୍ୟରେ ୨୧ ଜଣ ଓଡ଼ିଶାର, ମଣିପୁରରୁ ୭ ଜଣ, ଦୁଇଜଣ ଉତ୍ତର ପ୍ରଦେଶ ଏବଂ ଆସାମର ଜଣେ ଅଛନ୍ତି । ଅନ୍ୟ ୮ ଜଣ ଷ୍ଟାଣ୍ଡବାଏରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଅଛନ୍ତି ଓଡ଼ିଶାର ।

TATA-2

ଗତ ନଭେମ୍ବର ୧୭ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଶହେ ଜଣ ୧୭ ବର୍ଷରୁ କମ୍‌ ବାଳକଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ୩୧ ଜଣଙ୍କୁ ସେହି ଶିବିରରୁ ବଛା ଯାଇଛି । ବାଳକ ଆବାସିକ କାର୍ଯ୍ୟକ୍ରମକୁ ଗତକାଲି ଉଦଘାଟନ କରାଯାଇଛି । ଏହି ଅବସରରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି, କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କି, ଟାଟା ଷ୍ଟିଲ କର୍ପୋରେଟ୍‌ ସର୍ଭିସ୍‌ର ଉପାଧ୍ୟକ୍ଷ ତଥା ହକି ଏସ୍‌ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍‌ ଚାଣକ୍ୟ ଚୌଧୁରୀ, ସିଇଓ ଗୌତମ ମୁଖାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।

TATA-3

ଏହା ସହିତ ତୃଣମୂଳ ସ୍ତରରେ ତାଲିମ ପାଇଁ ଢେଙ୍କାନାଳ ଓ ଦେବଗଡ଼ରେ ଦୁଇଟି କେନ୍ଦ୍ରର ଶୁଭାରମ୍ଭ କରାଗଲା । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୧୨ଟି କେନ୍ଦ୍ର ସ୍ଥାପନ ହୋଇଛି । ଯେଉଁଠି ୨୫ ଜଣ କୋଚ୍‌ ରହିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା କୋଚ୍‌ ମଧ୍ୟ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.