Below header

ଏଣିକି ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଉପଲବ୍ଧ ହେବ ରୋଷେଇ ଗ୍ୟାସ, ଆଉ ଗ୍ରାହକଙ୍କୁ ଯିବାକୁ ପଡିବନାହିଁ ବିତରକଙ୍କ ପାଖକୁ

ଅନୁଗୁଳ(କେନ୍ୟୁଜ୍) : ଆଉ ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ବିତରକଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ନିଜ ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଲୋକେ ରୋଷେଇ ଗ୍ୟାସ ପାଇପାରିବେ। ଏହି ଯୋଜନାର ଆରମ୍ଭ ଅନୁଗୁଳ ଜିଲ୍ଲାରୁ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ପାଇଲଟ୍ ପ୍ରକଳ୍ପ ଜିଲ୍ଲାର ବଡ଼କେରା ଜନସେବା କେନ୍ଦ୍ରରୁ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜନସେବା କେନ୍ଦ୍ରଗୁଡ଼ିକରୁ ୩ଟି ଯାକ କଂପାନି ଆଇସିଏଲ୍, ବିପିସିଏଲ୍ ଓ ଏଚ୍ପିସିଏଲ୍ ରୋଷେଇ ଗ୍ୟାସ୍ ଉପଲବ୍ଧ ହେବ ବୋଲି ଜିଲ୍ଲା ନୋଡାଲ ଅଫିସର ସୂଚନା ଦେଇଛନ୍ତି ।

2ପ୍ରତି ଜନସେବା କେନ୍ଦ୍ରକୁ ଏକ ସଙ୍ଗରେ ୭ଟି ଲେଖାଏଁ ରୋଷେଇ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ। ସର୍ବାଧିକ ଶହେ କିଲୋଗ୍ରାମ ପର‌୍ୟ୍ୟନ୍ତ ରୋଷେଇ ଗ୍ୟାସ୍ ରଖିବା ପାଇଁ ପ୍ରତ୍ୟେକ ଜନସେବା କେନ୍ଦ୍ରକୁ ଅନୁମତି ଦିଆଯାଉଛି। ଅନୁଗୁଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ସଫଳତା ମିଳିଲେ, ଦେଶ ଅନ୍ୟ ଅଂଚଳରେ କାର‌୍ୟ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.