ପାରଦ ଖସିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ଶୀତର ପ୍ରକୋପ: ଆସନ୍ତା ୩ରୁ ଆହୁରି ଥରାଇବ

ଭୁବନେଶ୍ୱର(କେନ୍ୟୁଜ୍):ରାଜ୍ୟରେ ଖସୁଛି ପାରଦ । ବଢୁଛି ଥଣ୍ଡା । ପାରଦ ଖସିବା ସହ ଶୀତର ପ୍ରକୋପ ବଢୁଛି । ଗତ କିଛି ଦିନ ହେବ କ୍ରମାଗତ ଭାବରେ ରାତିର ତାପମାତ୍ରା ହ୍ରାସ ପାଉଛି । ଆସନ୍ତା ୪-୫ ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ । ଏବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

ଶୀତରେ ଥରୁଛି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା । ଗତ କିଛି ଦିନ ହେବ ସେଠାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହେଉଛି । ୫.୬ ଡିଗ୍ରୀ ସେଲସିୟସ୍‌ ସହ ଗତକାଲି ସେମିଳିଗୁଡ଼ା ଥିଲା ରାଜ୍ୟର ସବୁଠୁ ଥଣ୍ଡା ସହର । ଏହାବ୍ୟତୀତ ରାଜ୍ୟର ୯ ସହରର ରାତି ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଛି ।

କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀରେ ୮.୫ ଏବଂ କେନ୍ଦୁଝର, ଦାରିଙ୍ଗିବାଡ଼ି, ସୁନ୍ଦରଗଡ଼ର କିରେଇ ଓ କୋରାପୁଟରେ ରାତିର ତାପମାତ୍ରା ଥିଲା ୯.୫ ଡିଗ୍ରୀ ସେଲସିୟସ୍‌ । ସନ୍ଧ୍ୟା ହେଲେ ଖାଁ ଖାଁ ଲାଗୁଛି ବଜାର ଓ ରାସ୍ତାଘାଟ । ନିଆଁ ପାଖରେ ଲୋକଙ୍କ ଭିଡ଼ ହେଉଛି । ରାତି ବଢ଼ିଲେ କୁହୁଡ଼ି ବଢ଼ିବା ସହ ବଢୁଛି ଶୀତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.