ଚଳିତ ମାସରେ କମିବ ଶୀତ, ବଢିବ ତାତି
ନଭେମ୍ବରରେ ବର୍ଷାର ବିସ୍ତୃତି ରହିବ। ତେଣୁ ଶୀତର ପ୍ରଭାବ କମ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହୁଥିବା କାରଣରୁ ଏଭଳି ସ୍ଥିତି ଉପୁଜିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ।

କେନ୍ୟୁଜ୍(ବ୍ୟୁରୋ): ସ୍ବାଭାବିକ ଠାରୁ ଅଧିକ ରହିବ ନଭେମ୍ବର ମାସର ତାପମାତ୍ରା। ଚଳିତ ମାସରେ କମିବ ଶୀତ, ବଢିବ ତାତି। ନଭେମ୍ବରରେ ବର୍ଷାର ବିସ୍ତୃତି ରହିବ। ତେଣୁ ଶୀତର ପ୍ରଭାବ କମ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହୁଥିବା କାରଣରୁ ଏଭଳି ସ୍ଥିତି ଉପୁଜିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଗତକିଛି ଦିନ ଧରି ତାପମାତ୍ରା ସାମାନ୍ୟ ତଳକୁ ଖସିଥିବା ବେଳେ ପୂର୍ବା ବାୟୁ ପ୍ରଭାବିତ ହେଉଛି ।
ଫଳରେ ତାପମାତ୍ରାରେ ବୃଦ୍ଧି ହୋଇଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ମଧ୍ୟ କମିବ। ଆଜି ଓ ଆସନ୍ତାକାଲି କେତେକ ଅଞ୍ଚଳରେ ମେଘୁଆ ପାଗ ସହ ବର୍ଷା ହୋଇପାରେ। ୩ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବ। ଉତ୍ତର ପଶ୍ଚିମ ଭାରତରୁ ପଶ୍ଚିମାଝଡ ଓଡ଼ିଶା ମୁହାଁ ହେବ। ଫଳରେ ବର୍ଷାର ବିସ୍ତୃତି ସମାନ୍ୟ ବଢ଼ିବ। ଆଗାମୀ ସପ୍ତାହରେ ଶୀତର ରହିବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।.