Below header

ଆଜିର ରାଶିଫଳ : ଜାଣନ୍ତୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଖୁସିରେ କଟିବ

ଏହି ରାଶିର ମହିଳାଙ୍କ ପାଇଁ ଆରାମର ଦିନ ହୋଇପାରେ । ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିପାରେ । ଆଜି ବିବାହିତ ଜୀବନରେ ମଧୁରତା ରହିବ । ଘର କାମରେ ପରିବାର ସଦସ୍ୟଙ୍କ ସମର୍ଥନ ରହିବ ।

ମେଷ : ଆଜି କିଛି ଲୋକଙ୍କୁ ଆପଣଙ୍କ ସ୍ୱଭାବ ପସନ୍ଦ ଆସିପାରେ । ଆପଣ ବ୍ୟବସାୟ ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିପରିନ୍ତି । ଯଦି ଆପଣ ଗାଡି କିଣିବାକୁ ଯୋଜନା କରୁଛନ୍ତି ତାହେଲେ କିଛି ସମୟ ଅପେକ୍ଷା କରନ୍ତୁ, ତାପରେ ଗାଡି କିଣିବା ପାଇଁ ଚିନ୍ତା କରନ୍ତୁ । ଦୀର୍ଘ ସମୟ ଧରି ଚିନ୍ତା କରିଥିବା କାର୍ଯ୍ୟ ଆଜି ପୂରା ହୋଇପାରେ । ଆୟ ବୃଦ୍ଧି ହୋଇପାରେ । କିଛି କାମ ଏପରି କରିବେ, ଯେଉଁଥି ପାଇଁ ଅଫିସ୍‌ରେ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ମା’ଙ୍କ ସହିତ ଧାର୍ମିକ କାର୍ଯ୍ୟକଳାପରେ ଯୋଗ ଦେଇପାରନ୍ତି ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ଏହି ରାଶିର ମହିଳାଙ୍କ ପାଇଁ ଆରାମର ଦିନ ହୋଇପାରେ । ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିପାରେ । ଆଜି ବିବାହିତ ଜୀବନରେ ମଧୁରତା ରହିବ । ଘର କାମରେ ପରିବାର ସଦସ୍ୟଙ୍କ ସମର୍ଥନ ରହିବ । ଆଜି ଆପଣଙ୍କର ଆର୍ଥିକ ସୁଦୃଢ ରହିବ । ଲଭ୍‌ମେଣ୍ଟ ଠାରୁ ଉପହାର ମିଳିପାରେ ।

ମିଥୁନ : ଆଜି ଆପଣ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ । ଘରେ ଖୁସିର ମାହଲ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭବାନ ରହିପାରେ । ଅଟକିଥିବା ଟଙ୍କା ମିଳିଯିବ । ଆର୍ଥିକ ସ୍ଥିତି ଆହୁରୀ ସୁଦୃଢ ହୋଇଯିବ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଧାର୍ମିକ କାର୍ଯ୍ୟରେ ମନ ଦେଇପରନ୍ତି । କିଛି କାମ ପାଇଁ ଘର ଲୋକଙ୍କ ସହଯୋଗ ମିଳିବ ।

କର୍କଟ : ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଆଜି ଏକ ଭଲ ଦିନ ହେବାକୁ ଯାଉଛି । ଆପଣ ଆଜି ଜଣେ ନିଜ ଲୋକ ସହ ସମୟ ଅତିବାହିତ କରିବେ । ମହିଳାମାନେ ନିଜ ଜୀବନସାଥୀଙ୍କୁ କିଛି ଭଲ ଖାଦ୍ୟ ପ୍ରସ୍ତୁତ କରି ଦେବେ, ଉଭୟଙ୍କ ମଧ୍ୟରେ ବୁଝାବଣା ଭଲ ରହିବ । ପୂର୍ବ ଅପେକ୍ଷା ଆଜି ସ୍ୱାସ୍ଥ୍ୟ ବହୁତ ସୁସ୍ଥ ରହିବ । ଭଲ ଚାକିରିର ଅଫର୍‌ ମିଳିପାରେ । ବାପାଙ୍କ ସହ ବହୁତ ସମୟ କାଟିବେ । କିଛି ପୁରୁଣ କାମ ଯୋଗୁ ଲାଭବାନ ହୋଇପାରନ୍ତି ।

ସିଂହ : ଆଜି ପରିବାର ସହ ଖୁସି ରହିବେ । ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିପାରେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ରହିବ । ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ସଫଳତା ପାଇବେ । କାହା ସହ ଝଗଡା ହୋଇପାରେ । ଭାଇ ଓ ଭଉଣୀଙ୍କ ସହ ଭଲ ସମୟ କାଟିବେ । ମା ’ ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇଯିବ ।

କନ୍ୟା : ଆଜି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । ଆଜି ଆପଣଙ୍କ ସମସ୍ତ ପୁରୁଣା କାମ ସହଜରେ ହୋଇଯିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ପିଲାଙ୍କ ପାଇଁ ଦିନଟି ଭଲ ରହିଛି । ବ୍ୟବସାୟ କରୁଥିବା ଲୋକମାନେ ବାହାରକୁ ଯାଇ ପାରନ୍ତି । କାହାସହ ଝଗଡା ହୋଇପାରେ ସେଥିପାଇଁ ନିଜ ଉପରେ ନିୟନ୍ତ୍ରଣ ରହିବା ଜରୁରୀ । ବିବାହ ହେବାର ଯୋଗ ତିଆରି ହୋଇପାରେ । ଯେଉଁଥିପାଇଁ ଘରେ ସୁଖର ପରିବେଶ ରହିବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ।

ତୁଳା : ଆଜି ଭାଗ୍ୟ ଆପଣ ସହିତ ରହିବ । କୌଣସି କାମ କରିବା ପୂର୍ବରୁ ଘର ଲୋକଙ୍କ ସହ କଥା ହେବା ଉଚିତ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ଆଜି ଆପଣ ନିଜ ମନ କଥା କାହାକୁ କହିବେ । କିଛି ନୂଆ ସାଙ୍ଗ ହୋଇପାରନ୍ତି । ପରିବାର ସହ ଖସିର ସମୟ ଅତିବାହିତ କରିବେ । ନିଜ ଜିନିଷର ପ୍ରତି ସାମଧାନ ରହିବା ଜରୁରୀ ନଚେତ କିଛି ଭୁଲ କାମ ହୋଇପାରେ ।

ବିଛା : କାହାସହ ଝଗଡା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ପରିବାର ସହ ସମୟ ଅତିବାହିତ କରିବେ । କିଛି କଠିନ ପରିସ୍ଥିତି ଆସିପରେ । ନିଜର କୌଣସି କାମକୁ ଭଲରେ କରିପାରିବେ । ଲଭ୍‌ମେଣ୍ଟଙ୍କ ଠାର ଉପହାର ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ଧନୁ : ପରିବାର ଓ ସାଙ୍ଗଙ୍କ ସହ ଭଲ ସମୟ କଟିବେ । କୌଣସି ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । କିଛି କାମରେ ବିଫଳ ହୋଇପାରନ୍ତି । ନିଜ ସମୟ ଠିକ୍‌ କାର୍ଯ୍ୟରେ ବ୍ୟବହାର କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ । ସେଥିପାଇଁ ଭାବିଚନ୍ତି କାମ କରନ୍ତୁ । ନିଜକୁ ସମୟ ଦିଅନ୍ତୁ ।

ମକର : କାହା ସହ ଝଗଡା କରିବାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।  ଆପଣ ଆଜି ଧନ ପାଇଁ ଚିନ୍ତିତ ରହିବେ । ଆପଣଙ୍କ ଜୀବନରେ ସୁଖ ଶନ୍ତି ଆସିପାରେ । ଲଭ୍‌ମେଣ୍ଟଙ୍କ ସହ ଭଲ ସମୟ କଟିବେ ।  କୌଣସି କାମରେ ବାଧ୍ୟ ପ୍ରାପ୍ତି ହୋଇପାରେ । ଆପଣଙ୍କ ପାଇଁ କିଛି କାମରୁ କ୍ଷତି ମଳିପାରେ ।

  କୁମ୍ଭ : ଏହି ରାଶିର ଲୋକଙ୍କର ବିବାହ ଯୋଗ ରହିଛି । ଜୀବନସାଥୀଙ୍କ ସହ କଳି ହୋଇପାରେ । ମାନସିକ ଚିନ୍ତା ରହିବ ।  ପାଠ ପଢାକୁ ନେଇ ଆଗକୁ ବଢିବେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଅଟକିଥିବା ଟଙ୍କା ମିଳିଯିବ । ମା ’ ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇଯିବ ।

ମୀନ : ସୁଖ ସୁବିଧା ମିଳିପାରେ । ଯେଉଁ କାମରୁ କଷ୍ଟ ମଳିଛୁ, ସେହି କାମ ଠାରୁ ଦୂରେଇ ରୁହନ୍ତୁ । ଏହି ରାଶିର ଲୋକମାନେ ଖୁସି ରହିବେ । କୌଣସି କାର୍ଯ୍ୟ ପାଇଁ ଅନ୍ୟ କାହାର ଉପଦେଶ ମଳିପାରେ । ସାଙ୍ଗ ସାଥିଙ୍କ ସହ ସମୟ କାଟିବେ । ପିଲାଙ୍କ ପାଇଁ ଦିନଟି ଭଲ ରହିଛି । କାମ ଭଲରେ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.