ନବମ ଶ୍ରେଣୀ ଛାତ୍ରଙ୍କୁ କାହିଁକି ମାରିଲେ ଦୁର୍ବୃତ୍ତ ? କାରଣ ଅସ୍ପଷ୍ଟ, ପୋଲିସର ତନାଘନା ଜାରି

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଣାପଞ୍ଜୁରୀରେ ନାବାଳକ ଛାତ୍ରକୁ କିଏ ମାରିଲା ଛୁରୀ ? ନବମ ଶ୍ରେଣୀ ଛାତ୍ରଙ୍କୁ କାହିଁକି ମାରିଲେ ଦୁର୍ବୃତ୍ତ ? ତନାଘନା ତଦନ୍ତ କରୁଛି ଜଟଣୀ ଥାନା ପୋଲିସ । ମୃତକ ହେଲେ ମନୋଜ ପାଲଟାସିଂଙ୍କ ପୁଅ ଶୁଭମ୍ ସ୍ୱରୂପ । ସେ ଓଡିଶା ଆଦର୍ଶ ବିଦ୍ୟାଳୟ ଶଣ୍ଢପୁରୁରେ ପଢୁଥିଲେ।

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଣାପଞ୍ଜୁରୀରେ ନାବାଳକ ଛାତ୍ରକୁ କିଏ ମାରିଲା ଛୁରୀ ? ନବମ ଶ୍ରେଣୀ ଛାତ୍ରଙ୍କୁ କାହିଁକି ମାରିଲେ ଦୁର୍ବୃତ୍ତ ? ତନାଘନା ତଦନ୍ତ କରୁଛି ଜଟଣୀ ଥାନା ପୋଲିସ । ମୃତକ ହେଲେ ମନୋଜ ପାଲଟାସିଂଙ୍କ ପୁଅ ଶୁଭମ୍ ସ୍ୱରୂପ । ସେ ଓଡିଶା ଆଦର୍ଶ ବିଦ୍ୟାଳୟ ଶଣ୍ଢପୁରୁରେ ପଢୁଥିଲେ। ଗତକାଲି ରାତିରେ ଘରେ ପଢ଼ୁଥିବା ବେଳେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଛୁରୀ ଭୁଶି ଫେରାର ହୋଇଯାଇଛି। ଶୁଭମଙ୍କର ଛାତି, ହାତରେ ୩ରୁ ଅଧିକ ଥର ଛୁରୀ ଭୁଶିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆଜି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବେ । ହତ୍ୟାକାଣ୍ଡର କାରଣ କଣ ? କିଏ ଓ କାହିଁକି ଶୁଭମଙ୍କୁ ଏମିିତି ନିର୍ମମ ଭାବରେ ହତ୍ୟା କଲା ? ପରିବାର ସହ କାହାର ପୂର୍ବରୁ ଶତ୍ରୁତା ଥିଲା କି ? ଯାହାର ରାଗ ସୁଝାଇବାକୁ ଯାଇ ଶୁଭମଙ୍କୁ ହତ୍ୟା କଲା ଦୁର୍ବୃତ୍ତ ? ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି ? ଘରେ ସମସ୍ତେ ଥିବା ବେଳେ ଜଣେ କେମିତି ଘରେ ପଶି ଛୁରାମାଡ଼ କରି ଫେରାର୍ ହୋଇଗଲା ? ହତ୍ୟା ମାମଲା ରୁଜୁ କରି ଅଧିକ ଖୋଳତାଡ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.