ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା, ସେମିଫାଇନାଲରେ ଏଣ୍ଟ୍ରି ମାରିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ

ବିଶ୍ବକପରେ ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା । ମୁମ୍ବାଇର ୱାଙ୍ଖଡେରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ଏଣ୍ଟ୍ରି ମାରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ୱାର୍ଲଡ କପରେ ଅପରାଜେୟ ରହିଛି । ୬ଟି ମ୍ୟାଚରୁ ୬ଟିରେ ଜିତିଛି । ଆଜିର ମ୍ୟାଚରେ ବିନା ହାର୍ଦ୍ଦିକରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

(କେନ୍ୟୁଜ): ବିଶ୍ବକପରେ ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା । ମୁମ୍ବାଇର ୱାଙ୍ଖଡେରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ଏଣ୍ଟ୍ରି ମାରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ୱାର୍ଲଡ କପରେ ଅପରାଜେୟ ରହିଛି । ୬ଟି ମ୍ୟାଚରୁ ୬ଟିରେ ଜିତିଛି । ଆଜିର ମ୍ୟାଚରେ ବିନା ହାର୍ଦ୍ଦିକରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ହୋଇ ନପାରେ । ପୂର୍ବ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଶହେ ରନରେ ହରାଇଥିବାରୁ ମନୋବଳ ଦୃଢ଼ ରହିଛି । ସମସ୍ତ ଖେଳାଳି ଜବରଦସ୍ତ ଫର୍ମରେ ଅଛନ୍ତି । ରୋହିତ ଶର୍ମା ଓ ଶୁବମନ୍ ଗିଲଙ୍କ ବ୍ୟାଟରୁ ବଡ଼ ଭାଗିଦାରୀ ଆଶା କରାଯାଉଛି ।

ଗତ ମ୍ୟାଚର ତ୍ରୁଟି ସୁଧାରି ବିରାଟଙ୍କ ପାଖରୁ ଆଉ ଗୋଟିଏ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ ଫ୍ୟାନ୍ । ଲୋକେଶ ରାହୁଲ, ଶ୍ରେୟସ ଓ ସୂର୍ଯ୍ୟକୁମାର ବି ଭଲ ଫର୍ମରେ ଅଛନ୍ତି । ବୋଲିଂରେ କମାଲ କରୁଛନ୍ତି ଯଶପ୍ରୀତ ବୁମରାହ, ମହମ୍ମଦ ସାମିଲ ଓ ମହମ୍ମଦ ସିରାଜ । ସ୍ପିନ ଦାୟିତ୍ବ ତୁଲାଇବେ କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା । ଅନ୍ଯପଟେ ଶ୍ରୀଲଙ୍କା ସେମିଫାଇନାଲ୍ ରେସରେ ରହିବାକୁ ସଂଘର୍ଷ କରୁଛି । ବର୍ତ୍ତମାନ ସୁଦ୍ଧା ଖେଳିଥିବା ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟିରେ ହାରିଛି । ୪ ଫଏଣ୍ଟ ସହ ତାଲିକାର ୭ ନମ୍ବର ସ୍ଥାନରେ ରହିଛି ସିଂହଳୀ ବାହିନୀ । ଆଜି ହାରିଲେ ଆହୁରି ପଛକୁ ଚାଲିଯବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.