ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମନି ଲଣ୍ଡରିଂ କେସରେ ହେବ ପଚରାଉଚରା

ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ସମନ୍ ହୋଇଥିଲା । ମନି ଲଣ୍ଡରିଂ କେସରେ ଆଜି ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ସହ ବୟାନ ରେକର୍ଡ କରିବ ବୋଲି ସୂଚନା ମିଳିଛି ।

ନୂଆଦିଲ୍ଲୀ : ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ସମନ୍ ହୋଇଥିଲା । ମନି ଲଣ୍ଡରିଂ କେସରେ ଆଜି ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ସହ ବୟାନ ରେକର୍ଡ କରିବ ବୋଲି ସୂଚନା ମିଳିଛି । ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଚାର୍ଜସିଟରେ ଏକାଧିକ ଥର କେଜ୍ରିୱାଲଙ୍କ ନାଁ ଉଲ୍ଲେଖ କରିଛି । ପୂର୍ବରୁ ଗତ ଏପ୍ରିଲରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡାକିଥିଲା ସିବିଆଇ ।

ଏପ୍ରିଲ ୧୬ ତାରିଖରେ ତାଙ୍କୁ ସାଢେ ୯ ଘଣ୍ଟା ଧରି ଜେରା କରାଯାଇଥିଲା । ୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଓ କାର୍ଯ୍ୟକାରିତା ଦୁର୍ନୀତି ଅଭିଯୋଗରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ନେତା ସଞ୍ଜୟ ସିଂ । ଅନ୍ୟପଟେ ଆପ୍ ସାଂସଦ ରାଘବ ଚଢା ଅଭିଯୋଗ କରିଛନ୍ତି, କେଜ୍ରିୱାଲଙ୍କୁ ଜେଲରେ ଭର୍ତ୍ତି କରି ଦିଲ୍ଲୀର ସାତଟି ଲୋକସଭା ଆସନ ଜିତିବା ପାଇଁ ବିଜେପି ଯୋଜନା କରୁଛି । ବିରୋଧୀ ଦଳଗୁଡିକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତା ଓ ଦଳ ସଭାପତିଙ୍କୁ ଜେଲରେ ଭର୍ତ୍ତି କରି ବିଜେପି ଏକାକୀ ନିର୍ବାଚନ ଲଢି ଜିତିବାକୁ ଲକ୍ଷ୍ୟ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.