କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼, ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ହବିଷ୍ୟାଳିମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ମାସେ ଧରି ଏହି ବ୍ରତ ପାଳନ କରିବେ ହବିଷ୍ୟାଳୀ। ପଞ୍ଚପୁଷ୍କରିଣୀ ନିକଟରେ ସଂକଳ୍ପ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ସେବନ ଓ ପୁରାଣ ପାଠ କରୁଛନ୍ତି।

ପୁରୀ (କେନ୍ୟୁଜ): ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ହବିଷ୍ୟାଳିମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ମାସେ ଧରି ଏହି ବ୍ରତ ପାଳନ କରିବେ ହବିଷ୍ୟାଳୀ। ପଞ୍ଚପୁଷ୍କରିଣୀ ନିକଟରେ ସଂକଳ୍ପ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ସେବନ ଓ ପୁରାଣ ପାଠ କରୁଛନ୍ତି।

ଏପଟେ ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ଜାରି ରହିଛି। କାର୍ତ୍ତିକ ମାସର ସ୍ୱତନ୍ତ୍ର ନୀତି ସହ ବାଳଭୋଗ ଶ୍ରୀମନ୍ଦିରରେ କରାଯାଉଛି l ତେବେ ରାଜ୍ୟସରକାରଙ୍କ ହବିଷ୍ୟାଳୀ ଯୋଜନାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ବ୍ରତ ଧାରିଣୀ ହବିଷ୍ୟାଳି ଶିବିରରେ ରହି ହବିଷ ବ୍ରତ କରୁଥିବା ବେଳେ ଶ୍ରୀକ୍ଷେତ୍ର ର ବିଭିନ୍ନ ମଠ ବାଡ଼ି ଓ ଧର୍ମଶାଳାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ବ୍ରତ ଧାରୀମlନେ ମହା କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.