ରାଜ୍ୟରେ ପଡ଼ିଲାଣି ହାଲୁକା ଶୀତ, ବିଭିନ୍ନ ସ୍ଥାନର ଖସୁଛି ରାତିର ତାପମାତ୍ରା

ରାଜ୍ୟରେ ପଡ଼ିଲାଣି ହାଲୁକା ଶୀତ । ରାତିରେ ଖସୁଛି ପାରଦ । ରାତିର ତାପମାତ୍ରା ତଳମୁହାଁ ହେବା ସହ ଆଗକୁ ଶୀତ ଅଧିକ ପଡ଼ିବ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହୁଛି ।

(କେନ୍ୟୁଜ): ରାଜ୍ୟରେ ପଡ଼ିଲାଣି ହାଲୁକା ଶୀତ । ରାତିରେ ଖସୁଛି ପାରଦ । ରାତିର ତାପମାତ୍ରା ତଳମୁହାଁ ହେବା ସହ ଆଗକୁ ଶୀତ ଅଧିକ ପଡ଼ିବ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହୁଛି । ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ସେହିପରି ଜି. ଉଦୟଗିରିରେ ୧୪ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୫, କିରେଇରେ ୧୫.୩ ଓ ଫୁଲବାଣୀରେ ରାତିର ତାପମାତ୍ରା ରହିଥିଲା ୧୫.୫ ଡିଗ୍ରୀ ସେଲସିୟସ୍ ।

ଗତକିଛି ଦିନ ଧରି ତାପମାତ୍ରା ସାମାନ୍ୟ ତଳକୁ ଖସିଥିବା ବେଳେ ପୂର୍ବା ବାୟୁ ପ୍ରବାହିତ ହେଉଛି । ଫଳରେ ତାପମାତ୍ରାରେ ବୃଦ୍ଧି ହୋଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ମଧ୍ୟ କମିବ। ଆଜି କେତେକ ଅଞ୍ଚଳରେ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ଭାରତରୁ ପଶ୍ଚିମା ଝଡ ଓଡ଼ିଶା ମୁହାଁ ହେବ। ଫଳରେ ବର୍ଷାର ବିସ୍ତୃତି ସମାନ୍ୟ ବଢ଼ିପାରେ । ଆଗାମୀ ସପ୍ତାହରେ ଶୀତ ରହିବ ନାହିଁ ବୋଲି କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.