ରାଜ୍ୟରେ ଲାଗୁ ହେଲା ସାକ୍ଷୀ ସୁରକ୍ଷା ଯୋଜନା, ସମସ୍ତ ରାଜସାକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ଲାଗୁ ହୋଇଛି ସାକ୍ଷୀ ସୁରକ୍ଷା ଯୋଜନା । ଏହି ଯୋଜନା ଅନୁଯାୟୀ ସମସ୍ତ ରାଜସାକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସବୁ ଜିଲ୍ଲାର ଏସପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ । ସାକ୍ଷୀମାନେ ସାକ୍ଷ୍ୟ ପ୍ରଦାନରେ କି କି ସମସ୍ୟା ଭୋଗୁଛନ୍ତି ସେ ସମ୍ପର୍କରେ ଏସପି ମାନେ ପବ୍ଲିକ୍ ପ୍ରସ୍ୟୁକୁଟରଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାକ୍ଷୀ ସୁରକ୍ଷା ପାଣ୍ଠି ଗଠନ କରାଯାଇ ସାକ୍ଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହ ଜିଲାସ୍ତରରେ ସାକ୍ଷୀ ସୁରକ୍ଷା କମିଟି ଗଠନ କରାଯାଇ ସାକ୍ଷୀଙ୍କ ସୁରକ୍ଷା ସମ୍ପର୍କୀତ ରିଭ୍ୟୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।