Below header

କଳାହାଣ୍ଡି: ସତ ବାହାଘରର ମିଛ କନିଆଁ, ମିଛି ମିଛିକା ବାହାହୋଇ ଲଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି ପୋଲିସର ହାତରେ ଧରା ପଡିଗଲା ମିଛ କନିଁଆର କାରନାମା । ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ । ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ । ଏମିତି କି ୪ ଜଣଙ୍କୁ ବାହା ହୋଇ ବରଣମାଳା ପିନ୍ଧାଇ ସାରିବା ପରେ ଧରା ପଡିଗଲା ସତ । କଥାଟି କୌଣସି ସିରିଆଲ କିମ୍ବା ଫିଲ୍ମୀ ଠାରୁ କମ ନୁହଁ । ଭିନ୍ନ ଭିନ୍ନ ସ୍ଥାନର ୪ ଜଣ ଏକ ଦଳ କରି କନିଆଁର କନିଆଁର ବାପା , ମା , ମାମୁ ହୋଇ ନକଲି ବିବାହ କରି କରି ଲୋକଙ୍କ ଠାରୁ ଲୁଟୁଥିଲେ ଟଙ୍କା । ଏପରି ଏକ ନକଲି ବାହାଘର କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ।

ବିଶେଷ କରି ଏହି ନକଲି କନିଆଁର ଟାର୍ଗେଟରେ ରହୁଥିଲେ ବିବାହ ବିଚ୍ଛେଦ ବ୍ୟକ୍ତି । ସେଭଳି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏହି ଦଳ ମିଛି ମିଛିକା ବିବାହ କରି ଘର ସଂସାରର ସ୍ବପ୍ନ ଦେଖାଇ ଅଧାବାଟରେ କଳାକନା ବୁଲାଇ ଫେରାର ହେଉଯାଉଥିଲା । ସୁନ୍ଦରଗଡର ମିଛ କନିଁଆ ଏଲି ମହନ୍ତ, ବଲାଙ୍ଗୀର ମିଛ କନିଆଁର ବାପା କଣ୍ଟାବାଞ୍ଜିର ବିରବଲ ଶର୍ମା, କନିଆଁର ମା ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଏବଂ ଛତିଶଗଡ ବିଳାସପୁରର ଶ୍ରବଣ ସୋନି ସାଜିଥିଲେ କନିଆଁର ମାମୁଁ। ଏମାନେ କେବଳ ରାଜ୍ୟରେ ନୁହେଁ ଅନ୍ତରାଜ୍ୟରେ ମଧ୍ୟ ସମାନ ଢ଼ଙ୍ଗରେ ଲୋକଙ୍କୁ ଚୂନ ଲଗାଉଥିଲେ। ମୁଖ୍ୟ ଅଭିଯୁକ୍ତ ନକଲି ବଧୂ ଏଲି ମହନ୍ତର ୪ଟି ଆଧାର କାର୍ଡ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଗତ ବର୍ଷ ଅକ୍ଟୋବର ମାସରେ ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ପୋଲିସ ଛାନ୍‌ଭିନ୍ କରି ଅନ୍ତରାଜ୍ୟ ଏହି ଗ୍ୟାଙ୍ଗର ନକଲି କନିଆଁ,ନକଲି କନିଆଁର ବାପା , ମା ଓ ମାମୁ ଅଭିନୟ କରୁଥିବା ୪ ଜଣଙ୍କୁ କଳାହାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସପଂର୍କରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.