ଭିଣୋଇ ସହ ବୁଲିବାରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଯୁବତୀ

ବାଲେଶ୍ବର(କେନ୍ୟୁଜ୍): ସଂପର୍କୀୟ ଭିଣୋଇ ସହ ବୁଲିବାରୁ ଯୁବତୀଙ୍କୁ ଲଣ୍ଡା କରି ବୁଲାଇଲେ ଗ୍ରାମବାସୀ। ଏଭଳି ଅମାନବୀୟ ଘଟଣା ଘଟିଛି ନୀଳଗିରି ଥାନା ସାନକାଳିଆ ପଦା ଅଞ୍ଚଳରେ । ଜଣେ ଯୁବତୀ ତାଙ୍କ ଭିଣୋଇଙ୍କ ସହ ବୁଲିଯିବାରୁ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ। ପରେ ତାଙ୍କୁ ଏକଫାଳିଆ ଲଣ୍ଡା କରି ଗାଁରେ ବୁଲାଇଥିଲେ। ଏନେଇ ଯୁବତୀଙ୍କ ଭାଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ନୀଳଗିରି ପୋଲିସ ଘଟଣାର ତଦନ୍ତ କରି ୨ଜଣ ମହିଳାଙ୍କ ସହ ୪ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ନୀଳଗିରି ଥାନା ଆଇଆଇସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.