Below header

କେନ୍ଦୁଝର : ଶବଦାହ କରି ଫେରୁଥିବାବେଳେ ଦୁର୍ଘଟଣା, ୨ ମୃତ ଓ ୧୩ ଜଣ ଆହତ

କେନ୍ଦୁଝର(କେନ୍ଯୁଜ୍) : ଶବଦାହ କରି ଫେରୁଥିବା ବେଳେ ଚାଲିଗଲା ୨ ଜୀବନ । ୧୩ ଜଣ ଆହତ ହୋଇଛନ୍ତି । ଜଣକ ଅବସ୍ଥା ଗୁରୁତର ରହିଛି । କେନ୍ଦୁଝର ଜିଲ୍ଲା ବଲାଣୀ ଥାନାର କିରିବୁରୁ ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। କିରିବୁରୁ ଗାଁର କିଛି ଲୋକ ଶବଦାହ କରି ବଲାଣୀ ଶ୍ମଶାନରୁ ଫେରୁଥିବା ବେଳେ ଘାଟି ରାସ୍ତାରେ ଭ୍ୟାନଟି ଓଲଟି ପଡ଼ିଥିଲା । ଭ୍ୟାନ ଭିତରେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ କିରିବୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.