Below header

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଶୁଭମ୍ ଆପାର୍ଟମେଣ୍ଟ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର : ଆପର୍ଟମେଣ୍ଟ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଭୋଇସାହି ଶୁଭମ୍ ଆପାର୍ଟମେଣ୍ଟରେ ଗତକାଲି ସନ୍ଧ୍ୟା ଏହି ଘଟଣା ଘଟିଥିଲା । ଆପାର୍ଟମେଣ୍ଟ ତଳେ ଜଣେ ବୟସ୍କ ମହିଳା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ସିକ୍ୟୁରିଟି ଗାର୍ଡ଼ । ଏହା ଦେଖି ସେମାନେ ସମସ୍ତଙ୍କୁ ଡାକିଥିଲେ । ପରେ ଜଣାପଡ଼ିଲା ଯେ ବୃଦ୍ଧା ଜଣଙ୍କ ସେହି ଆପାର୍ଟମେଣ୍ଟରେ ରହୁଥିବା ଆରତୀ ବଗର୍ତ୍ତି।

ତାଙ୍କ ପୁଅ ଓ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ପଟିଆ ଭୋଇସାହି ପାଖରେ ଥିବା ପ୍ଲାଷ୍ଟିକ ବା ଶୁଭମ୍ ଆପର୍ଟ୍ ମେଣ୍ଟରେ ଆରତୀ ନିଜ ପୁଅ ବୋହୂଙ୍କ ସହିତ ଭଡ଼ାରେ ରୁହନ୍ତି। ଦୁଇ ବର୍ଷ ତଳେ ସ୍ଵାମୀଙ୍କ ଦେହାନ୍ତ ହୋଇଥିଲା । ପୁଅ ପୁନେରେ ଚାକିରି କରନ୍ତି । ତେବେ ବର୍ତ୍ତମାନ ସେ ଭୁବନେଶ୍ୱରରେ ରହି କାମ କରୁଛନ୍ତି । ସେମାନେ ପ୍ରଥମେ ଖଣ୍ଡଗିରି ଅଞ୍ଚଳରେ ରହୁଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଭାଙ୍ଗି ପଡ଼ିବାରୁ ଘର ବଦଳାଇ ଏଠାକୁ ଚାଲି ଆସିଥିଲେ । ଘଟଣାର ଚାରି ଦିନ ତଳେ ବାପାଙ୍କ ଶ୍ରାଦ୍ଧ ଥିଲା ଏବଂ ମା ତାଙ୍କର ଖୁବ୍‌ ଚିନ୍ତିତ ଥିଲେ ବୋଲି ପୁଅ ଆତ୍ମାରାମ ବଗର୍ତ୍ତି କହିଛନ୍ତି । ତେବେ ସେ ମାନସିକ ଭାରସାମ୍ୟ ହରାଇ ଅଥବା ଅନ୍ୟ କୌଣସି କାରଣରୁ ଆପାର୍ଟମେଣ୍ଟ ଛାତରୁ ପଡ଼ି ଯାଇଛନ୍ତି ତାର ଅନୁସନ୍ଧାନ କରୁଛି ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.