ରାସ୍ତା କଡରେ ଠିଆ ହୋଇଥିବା ମହିଳାଙ୍କୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ମୃତ୍ୟୁ
କାର୍ ଧକ୍କାରେ ମହିଳା ମୃତ। ଗଜପତି ଜ଼ିଲ୍ଲା ମୋହନା ଥାନା ପୋଡାଶଙ୍ଖ ଗ୍ରାମ ନିକଟରେ ରବିବାର ସନ୍ଧ୍ୟା ସମୟରେ ରାସ୍ତା କଡରେ ଠିଆ ହୋଇଥିବା ଜଣେ ମହିଳାଙ୍କୁ ଏକ କାର୍ ଧକ୍କା ଦେବା ଫଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ପୋଡାଶଙ୍ଖ ଗ୍ରାମର କୁମାରୀ ଶବର ।

ମୋହନା (କେନ୍ୟୁଜ): କାର୍ ଧକ୍କାରେ ମହିଳା ମୃତ। ଗଜପତି ଜ଼ିଲ୍ଲା ମୋହନା ଥାନା ପୋଡାଶଙ୍ଖ ଗ୍ରାମ ନିକଟରେ ରବିବାର ସନ୍ଧ୍ୟା ସମୟରେ ରାସ୍ତା କଡରେ ଠିଆ ହୋଇଥିବା ଜଣେ ମହିଳାଙ୍କୁ ଏକ କାର୍ ଧକ୍କା ଦେବା ଫଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ପୋଡାଶଙ୍ଖ ଗ୍ରାମର କୁମାରୀ ଶବର ।
ସୂଚନା ପ୍ରକାରେ କୁମାରୀ କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାର୍ ନଂ Od 07F1110 ରାସ୍ତା କଡରେ ଠିଆ ହୋଇଥିବା ମହିଳା ଜଣଙ୍କୁ ଧକ୍କା ଦେଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ତେଵେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକେ ମୃତ ମହିଳାଙ୍କ ପରିବାର ପାଇଁ କ୍ଷତି ପୂରଣ ଦାବି କରିଛନ୍ତି। ମୋହନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।