Below header

୧୦ ଦିନ ତଳେ ବିବାହ କରିଥିବା ନବ ଦମ୍ପତିଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ

ମୃତ୍ୟୁ କେତେବେଳେ କେମିତି ଆସେ କେହି କହି ପାରିବେ ନାହିଁ । ବିବାହର ମାତ୍ର ୧୦ ଦିନ ପରେ ଏକ ନବ ଦମ୍ପତିଙ୍କ ରାସ୍ତା ଦର୍ଘଟଣାରେ ମୃତ୍ୟୁ ଘଟିଛି ବେଲାଗାଭି ଜିଲ୍ଲାରେ । ଏମିତି ଏକ ହୃଦୟ ବିଦାରକ ଘଟଣା ଯିଏ ଶୁଣୁଛି, ମୁହଁର ଆପେ ଆପେ ଆହାଃ ପଦ ବାହାରି ଆସୁଛି ।

ବେଙ୍ଗାଲୁର : ମୃତ୍ୟୁ କେତେବେଳେ କେମିତି ଆସେ କେହି କହି ପାରିବେ ନାହିଁ । ବିବାହର ମାତ୍ର ୧୦ ଦିନ ପରେ ଏକ ନବ ଦମ୍ପତିଙ୍କ ରାସ୍ତା ଦର୍ଘଟଣାରେ ମୃତ୍ୟୁ ଘଟିଛି ବେଲାଗାଭି ଜିଲ୍ଲାରେ । ଏମିତି ଏକ ହୃଦୟ ବିଦାରକ ଘଟଣା ଯିଏ ଶୁଣୁଛି, ମୁହଁର ଆପେ ଆପେ ଆହାଃ ପଦ ବାହାରି ଆସୁଛି ।

ମହାରାଷ୍ଟ୍ର ବେଲଗାଭି ଜିଲ୍ଲାର ସଦ୍ୟ ବିବାହିତ ପତି-ପତ୍ନୀ କର୍ଣ୍ଣାଟକର ଏକ ଧର୍ମସ୍ଥଳୀକୁ ଦର୍ଶନ କରିବା ପାଇଁ ଯାଇଥିଲେ । ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ମୁଦାଲିଗ ଥାନା ହାଲୁରୁ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ମୃତକ ପତି-ପତ୍ନୀ ଦୁଇଜଣ ଇନ୍ଦ୍ରଜିତ ମୋହନ ଦାମ୍ମାଙ୍ଗି(୨୭) ଓ କଲ୍ୟାଣୀ ଇନ୍ଦ୍ରଜିତ ଦାମ୍ମାଙ୍ଗୀ(୨୪) ବୋଲି ଜଣାଯାଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ନବ ଦମ୍ପତି ଦୁହେଁ ମାତ୍ର ୧୦ ଦିନ ତଳେ ବିବାହ କରିଥିଲେ ।

ଉଭୟ ବାଦାମୀ ଠାରେ ଥିବା ବନଶଙ୍କରୀ ମନ୍ଦିର ଦର୍ଶନ ସାରି ମହାରାଷ୍ଟ୍ର ଫେରୁଥିବା ବେଳେ ରାଜ୍ୟ ରାଜପଥର ନିପାନୀ ଓ ମୁଢ଼ୋଲ ମଧ୍ୟ ସ୍ଥଳିରେ ଦୁର୍ଘଟଣା ଘଟିଥିଲା । ନବ ଦମ୍ପତି ଦୁହେଁ ଏକ କାରରେ ଫେରୁଥିବା ବଳେ ତାଙ୍କ ଗାଡିକୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି । ସଦ୍ୟ ବିବାହିତ ଦମ୍ପତିଙ୍କ ମୃତ୍ୟୁରେ ପୁରା ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.