Below header

୩ ଛୁଆଙ୍କୁ ଛାଡି କାହା ସହ ଫେରାର ହୋଇଗଲା ସ୍ତ୍ରୀ, ହତାଶ ହେଇଗଲା ସ୍ୱାମୀ

ନିଜ ମାଆକୁ ନପାଇ ଉପାୟ ଶୂନ୍ୟ ହୋଇ ବାପାକୁ ସାଥିରେ ଧରି ଥାନାରେ ପହଁଚିଛନ୍ତି ଏହି ତିନି ଝିଅ । ସାଙ୍ଗରେ ଆଣିଛନ୍ତି ମାଆର ଫଟୋ । ତାକୁ ଦେଖାଇ କହୁଛନ୍ତି ମୋ ମାଆକୁ ଫେରାଇ ଆଣ ।

ସାଲେପୁର (କେନ୍ୟୁଜ) : ଥରେ ମୋ ବୋଉ ପଳେଇଥିଲା, ପୁଣି ଥରେ ତାରି ସାଥିରେ ପଳାଇଲା । ଏକଥା କହିଚାଲିଛି ଝିଅ । ଥାନା ସାମ୍ନାରେ ଛିଡା ହୋଇଛନ୍ତି ୩ ଜଣ ନାବାଳିକା ଝିଅ । ନିଜ ମାଆକୁ ନପାଇ ଉପାୟ ଶୂନ୍ୟ ହୋଇ ବାପାକୁ ସାଥିରେ ଧରି ଥାନାରେ ପହଁଚିଛନ୍ତି ଏହି ତିନି ଝିଅ । ସାଙ୍ଗରେ ଆଣିଛନ୍ତି ମାଆର ଫଟୋ । ତାକୁ ଦେଖାଇ କହୁଛନ୍ତି ମୋ ମାଆକୁ ଫେରାଇ ଆଣ ।

ସ୍ତ୍ରୀ ଏମିତି ଅକସ୍ମାତ ଗାୟବ ହୋଇଯିବା କାରଣରୁ ସ୍ୱାମୀ ଏକଦମ ହତାଶ ହୋଇଯାଇଛନ୍ତି । ସ୍ତ୍ରୀ ନିଜେ ଫେରାର ହୋଇଛି ନା କାହା ସାଥେ ପଳାଇଛି ନିଜେ ବି ଜାଣିପାରୁନାହିଁ ସ୍ୱାମୀ । ତିନି ତିନିଟା ବଢ଼ିଲା ଝିଅଙ୍କୁ ଏମିତି କେମିତି ଛାଡି ଚାଲିଯାଇପାରିଲା ମାଆ, ଏହି ଚିନ୍ତାରେ ସମସ୍ତେ । ଥରେ ଏଇ ଛୁଆ ତିନିଟାଙ୍କୁ ଦେଖନ୍ତୁ, ମାଆ ବିନା କେମିତି ରହିବେ ଏମାନେ । ସବା ସାନ ଝିଅଟି ବହୁତ ସାନ । ସେ କିଛି ବୁଝି ପାରୁନଥାଏ । ଖାଲି ମାଆର ଅନୁପସ୍ଥିତିକୁ ଅନୁଭବ କରୁଥାଏ ।

ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତ କୋଇଲି ଥାନା କେଣ୍ଟୋଳା ଗାଁରେ । ଯାହା ସୂଚନା ରହିଛି ରାତିରେ ଶୌଚ ହେବାକୁ ଘରୁ ଟର୍ଚ୍ଚ ନେଇ ବାହାରିଗଲା ସ୍ତ୍ରୀ । କିନ୍ତୁ ଶୌଚ ହେବାକୁ କହି ଯାଇଥିବା ଲିଲି ଆସିବାରେ ବହୁତ ବିଳମ୍ବ କଲେ । ଯାହାପରେ ସ୍ୱାମୀ ନିଜେ ଯାଇ ବହୁତ ଖୋଜାଖୋଜି କଲେ । ବହୁ ଖୋଜାଖୋଜି ପରେ ଯେତେବେଳେ ସ୍ତ୍ରୀ ନମିଳିଲା ସେ କେଉଁ ଆଡେ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ ।

ସୂଚନା ଅନୁଯାୟୀ ତିନିଟି ଛୁଆର ମାଆ ଲିଲିକୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଉଥିଲା । ବହୁତ ସମୟରେ ଗାଁଲୋକମାନେ ଲିଲିକୁ ଉକ୍ତ ଯୁବକଙ୍କ ସହ ଦେଖିଛନ୍ତି । ତେବେ ଲିଲି ଏହାପୂର୍ବରୁ ବି ଥରେ ଏମିତି ସ୍ୱାମୀ ଓ ଛୁଆଙ୍କୁ ଛାଡି ପଳାଇଥିଲେ । ଆଉ ଏଥର ବି ସେ ଫେରାର ହୋଇଯାଇଛନ୍ତି । ପୁଣି ସେହି ପୁଅ ସହ ଫେରାର ହୋଇଯାଇଛି ବୋଲି ନିଜେ ମଝିଆ ଝିଅ କହୁଛି ।

ଏହି ତିନି ଜଣ ଝିଅଙ୍କ ମଧ୍ୟରୁ ବଡ ଝିଅର ବୟସ ୧୩ ବର୍ଷ । ମଝିଆ ଝିଅର ବୟସ ୯ ବର୍ଷ ଓ ସବା ସାନ ଝିଅର ବୟସ ପାଖାପାଖି ୫ ବର୍ଷ ହେବ । କିନ୍ତୁ ଏ ପ୍ରେମ ପାଗେଳି ମାଆକୁ ଭାରି ଭଲ ଲାଗିଲା ଆଉ କିଏ । ସ୍ୱାମୀ ଭଲ ଲାଗୁନଥିଲା କି ଛୁଆ ଭଲ ଲାଗୁନଥିଲା । ସେଥିପାଇଁ ତ ମିଛରେ ଶୌଚ ଯିବା ବାହାନା କରି ଚାଲିଯାଇଛନ୍ତି ଲିଲି । ସ୍ତ୍ରୀକୁ ଅପହରଣ କରାଯାଇଛି ସନ୍ଦେହ କରି ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ତଦନ୍ତ କରି ଲିଲିଙ୍କୁ ଫେରାଇ ଆଣିବା ପାଇଁ ନିଶ୍ଚିନ୍ତକୋଇଲି ଥାନାରେ ଏତେଲା କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.