ପ୍ରେମିକାଙ୍କୁ ନେଇ ଫେରାର୍‌ ହେଲେ ଯୁବକ, ପୁଅର ମା’କୁ ନିବସ୍ତ୍ର କରି ପିଟିଲେ ଝିଅର ପରିବାର

କର୍ଣ୍ଣାଟକର ବେଲଗାମ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଧରି ଫେରାର୍‌ ହୋଇଯିବା ପରେ ଝିଅର ପରିବାର ଲୋକେ ପୁଅର ମା’କୁ ନିବସ୍ତ୍ର କରି ପିଟିଛନ୍ତି।

କର୍ଣ୍ଣାଟକର ବେଲଗାମ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଧରି ଫେରାର୍‌ ହୋଇଯିବା ପରେ ଝିଅର ପରିବାର ଲୋକେ ପୁଅର ମା’କୁ ନିବସ୍ତ୍ର କରି ପିଟିଛନ୍ତି। ଝିଅ ଘରୁ ପଳେଇ ଯିବାରୁ ଏହି ପରିବାର ପୁଅର ମା’କୁ ଘରୁ ବାହାର କରିଦେବା ସହ ନିବସ୍ତ୍ର କରି ଖୁଣ୍ଟିରେ ବାନ୍ଧି ପକାଇଥିଲେ ଏବଂ ଏହାପରେ ନିର୍ଧୁମ୍‌ ଛେଚିଥିଲେ।

ପୋଲିସ ସୂଚନା ମୁତାବକ, ରାତି ସମୟରେ ପୁଅର ମା’କୁ ଏକ ଖୁଣ୍ଟିରେ ବାନ୍ଧି ଦିଆଯାଇଥିଲା ଏବଂ ତାଙ୍କୁ ମାଡ଼ ମରାଯାଇଥିଲା। ପୋଲିସ କହିଛି ଯେ ପୀଡ଼ିତାଙ୍କ ପୁଅ ଜଣେ ଝିଅକୁ ଭଲ ପାଉଥିଲେ। ଏହାପରେ ସେ ଝିଅକୁ ନେଇ ଫେରାର ହୋଇଯାଇଥିଲେ। ଗୋଟିଏ ଜାତିର ହେବା ସତ୍ତ୍ୱେ ଝିଅର ପରିବାର ଲୋକେ ଏହି ଘଟଣାକୁ ନେଇ ରାଗି ଯାଇଥିଲେ।

ଝିଅ ପଳାଇଯିବାର ଖବର ମିଳିବା ପରେ ପରିବାର ଲୋକେ ତୁରନ୍ତ ପୁଅ ଘରେ ପହଞ୍ଚିଥିଲେ। ଏଠାରେ ସେମାନେ ପୁଅର ମା’କୁ ଟାଣି ଟାଣି ଘର ବାହାରକୁ ନେଇଆସିଥିଲେ। ପରେ ତାଙ୍କୁ ନିବସ୍ତ୍ର କରି ଏକ ଖୁଣ୍ଟିରେ ବାନ୍ଧି ପକାଇଥିଲେ ଏବଂ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ।

ସୂଚନା ମୁତାବକ, ଏହି ଘଟଣାରେ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ପୀଡ଼ିତ ମହିଳା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଏହି ଘଟଣା ପରେ ପୋଲିସ ଫେରାର୍‌ ଯୁବକ, ଯୁବତୀଙ୍କୁ ଖୋଜାଖୋଜି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.