ଘରେ କୁବେର ଯନ୍ତ୍ର ଲଗାଇବା ପୂର୍ବରୁ ଜାଣିନିଅନ୍ତୁ ଏହି କଥା, ନଚେତ ମିଳିବନି କୌଣସି ଲାଭ

କୁବେର ଯନ୍ତ୍ରକୁ ଘରର ସଠିକ୍ ଦିଗରେ ରଖିବା ଉଚିତ୍ । ଅନ୍ୟଥା ଆପଣ ଏହି ଉପକରଣରୁ କୌଣସି ପ୍ରକାରର ଲାଭ ପାଇବେ ନାହିଁ । ବାସ୍ତ୍ରୁ ଶାସ୍ତ୍ର ଅନୁସାରେରେ ବିଶ୍ୱାସ କରାଯାଏ ଯେ ଯେଉଁ ଲୋକଙ୍କ ଉପରେ ଭଗବାନ କୁବେର ଦେବଙ୍କ ଦୟା ରହିଥାଏ, ସେମାନଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ ।

ବର୍ତ୍ତମାନ ସମୟରେ ସବୁ ଲୋକ ତାଙ୍କ ଜୀବନରେ ଧନ ଅଭାବ ଯୋଗୁ ଚିନ୍ତିତ ରହୁଛନ୍ତି । ଯଦି ଆପଣ ଆପଣଙ୍କ ଜୀବନରେ ଟଙ୍କା ଅଭାବରୁ ଅସୁବିଧାରେ ପଡୁଛନ୍ତି ଏବଂ ଟଙ୍କା ଅଭାବ ହେତୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ତାହେଲେ ଆପଣ ପ୍ରଭୁ କୁବେରଙ୍କ ଯନ୍ତ୍ରକୁ ନିଜ ଘରେ ରଖିପାରିବେ । ଯେଉଁଥିପାଇଁ ଆପଣଙ୍କ ଘରେ ଟଙ୍କା ଅଭାବ ଦୂର ହେବା ସହ ଧୀରେ ଧୀରେ ଆପଣଙ୍କର ସମସ୍ତ ସମସ୍ୟା ମଧ୍ୟ କମିବା ଆରମ୍ଭ ହୋଇଯିବ । ଯଦି ଆପଣ କୁବେର ଯନ୍ତ୍ରକୁ ଘରେ ରଖିବାକୁ ଯାଉଛନ୍ତି । ତେବେ ଆପଣ କୁବେର ଯନ୍ତ୍ରକୁ ଘରର ସଠିକ୍ ଦିଗରେ ରଖିବା ଉଚିତ୍ । ଅନ୍ୟଥା ଆପଣ ଏହି ଉପକରଣରୁ କୌଣସି ପ୍ରକାରର ଲାଭ ପାଇବେ ନାହିଁ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କୁବେର ଯନ୍ତ୍ର ରଖିବାର ସଠିକ୍‌ ଦିଗ ।

ସୂଚନା ମୁତାବକ, ହିନ୍ଦୁ ଧର୍ମରେ ଧନ ପ୍ରାପ୍ତି ପାଇଁ କୁବେର ଦେବଙ୍କୁ ପୂଜା କରାଯାଏ । ଘରର ଉତ୍ତର ପାର୍ଶ୍ୱ ପ୍ରଭୁ କୁବେରଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ । ବାସ୍ତ୍ରୁ ଶାସ୍ତ୍ର ଅନୁସାରେରେ ବିଶ୍ୱାସ କରାଯାଏ ଯେ ଯେଉଁ ଲୋକଙ୍କ ଉପରେ ଭଗବାନ କୁବେର ଦେବଙ୍କ ଦୟା ରହିଥାଏ, ସେମାନଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ । ତେବେ ଉତ୍ତର ଦିଗକୁ ପ୍ରଭୁ କୁବେରଙ୍କ ଦିଗ ବୋଲି ବିବେଚନା କରାଯାଏ । ଏଥିପାଇଁ ବାସ୍ତ୍ରୁ ଦୋଷରୁ ମୁକ୍ତି ପାଇବା ପାଇଁ କୁବେର ଯନ୍ତ୍ର ଉତ୍ତର ଦିଗରେ ଲଗାଇବା ଉଚିତ ।

ବାସ୍ତ୍ରୁ ଶାସ୍ତ୍ର ଅନୁଯାୟୀ, ଘରେ ଆଲମାରି ଏପରି ରଖନ୍ତୁ ଯେପରି ଏହାର ଦ୍ୱାର ଖୋଲିବା ମାତ୍ରେ ସର୍ବଦା ଉତ୍ତର ଦିଗ ଆଡକୁ ଖୋଲିବ । ଏପରି କରିବା ଦ୍ୱାରା ନିଶ୍ଚିତ ଭାବରେ ପ୍ରଭୁ କୁବେରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇପାରିବ । ଏହା ବ୍ୟତୀତ ମା’ ଲକ୍ଷ୍ମୀ ମଧ୍ୟ ଆପଣ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରିବେ ।

କୁବେର ଯନ୍ତ୍ର ସ୍ଥାପନ କରିବା ସମୟରେ ସଠିକ୍‌ ଦିଗକୁ ଧ୍ୟାନ ରଖନ୍ତୁ :
କୁବେର ଯନ୍ତ୍ରକୁ ଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ତେଣୁ ରୀତିନୀତି ଅନୁଯାୟୀ କୁବେର ଯନ୍ତ୍ରକୁ ପୂଜା କରିବା ପରେ ଏହାକୁ କେବଳ ଘରର ଉତ୍ତର ଦିଗରେ ରଖିବେ । ଏହିପରି ଭାବେ ପ୍ରଭୁ କୁବେରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଯେଉଁଥିପାଇଁ ଆପଣଙ୍କୁ କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହା ବ୍ୟତୀତ ଆପଣଙ୍କ ହେଉନଥିବା କାର୍ଯ୍ୟ ମଧ୍ୟ ଧୀରେ ଧୀରେ ହେବାକୁ ଆରମ୍ଭ କରିବ ଏବଂ ଆପଣ ଜୀବନର ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ତେଣୁ କୁବେର ଯନ୍ତ୍ରକୁ ଘରେ ରଖିବା ପୂର୍ବରୁ ସଠିକ୍ ଦିଗକୁ ଧ୍ୟାନରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.