Below header

ଶ୍ବଶୁର ସହିତ ଗ୍ରାମବାସୀଙ୍କୁ ପିଟି ଚାଲିଗଲା ବୋହୁ, ଏବେ ଆରେଷ୍ଟ କରିବାକୁ ସାରା ଗାଁ ଲୋକେ କରୁଛନ୍ତି ଦାବି

ଭଦ୍ରକ: ଦୁର୍ଦ୍ଦାନ୍ତିଆ ବୋହୂର ଉନ୍ମତ୍ତ କାଣ୍ଡ । ଶ୍ଵଶୁରଙ୍କ ବେକରେ ଗାମୁଛା ପକାଇ ଦାଣ୍ଡ ମଝିରେ ମାଡ଼ ଯିଏ ଉଦ୍ଧାର କଲା ତା ଉପରେ ବି ମାଡ଼ । ଏମିତିକି ଏହି ମାଡ଼ପିଟରୁ ବାଦ ପଡିଲେନି ଗାଁ ଲୋକେ । ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଧିନସ୍ତ ସଇଲୋ ଗ୍ରାମରେ,  ଯାଜପୁର ଜିଲ୍ଲାର ଖୋସଲା ପୁର ଅଂଚଳରୁ ଜଣେ ମହିଳା ଓ କିଛି ଗୁଣ୍ଡା ଆସି ଗତ କିଛି ଦିନ ହେବ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ଯାହା ଫଳରେ ପୁରା ଗ୍ରାମବାସୀ ଭୟଭୀତ ହେଇ ପଡି ଛନ୍ତି ।

ମିଳିଥିବା ଖବର ଅନୁଯାୟୀ ଏହି ଗ୍ରାମର ବାସୁଦେବ ଲେଙ୍କା ନାମକ ଜଣେ ଅସହାୟ ଓ ରୋଗୀଣା ପରିବାର ଉପରେ ତାଙ୍କ ବୋହୁର ଭଉଣୀ ଓ ଯାଜପୁରର କିଛି ଗୁଣ୍ଡା ଶ୍ରେଣୀର ଯୁବକ ଆସି ଆକ୍ରମଣ କରି ଥିଲେ । ଏଥିରେ ଗ୍ରାମ ଲୋକ ମାନେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମାରି ଥିଲେ । ଏ ସମ୍ପର୍କ ରେ ଥାନାରେ ମାମଲା ରୁଜୁ ହେଇଛି । ତେଣୁ ଏଥିରେ ଉତ୍କ୍ଷିପ୍ତ ହୋଇ କେତେକ ଯୁବକ ଗ୍ରାମକୁ ଆସି ଲୋକଙ୍କୁ ଭୟଭିତ କରାଉଛନ୍ତି । ଏପରିକି ବୋମା ପକାଇ ମାରି ଦେବାକୁ ମଧ୍ୟ ଧମକ ଦେଉଛନ୍ତି । ତେଣୁ ସେମାନଙ୍କୁ ଗିରଫ ପାଇଁ ଗ୍ରାମ ବାସି ମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.