କଟକ: ଚିନ୍ତାଗ୍ରସ୍ତ ହୋଇ କାମ କରୁଛନ୍ତି କ୍ୟାନସର ହସ୍ପିଟାଲର ନର୍ସ, ଭଡା ଘର ଛାଡିବାକୁ ମାଲିକମାନେ ପକାଉଛନ୍ତି ଚାପ

କଟକ(କେନ୍ୟୁଜ୍): କରୋନାକୁ ଦମନ କରିବାରେ ଯେଉଁ ମାନଙ୍କ ଅବଦାନ ସବ୍ରାଗ୍ରେ ରହୁଛି ସେମାନଙ୍କୁ ସମାଜ ଦେଖୁଛି ଏକ ଭିନ୍ନ ଦୃଷ୍ଟିରେ । ସମ୍ମାନ ତ ଦୂରର କଥା ଘର ଛାଡିବାକୁ ମିଳୁଛି  ଧମକ। ଦିନ ରାତି ଏକ କରି ଯେଉଁ ମହାମରିକୁ ଦମନ କରିବାରେ ଲାଗିଛନ୍ତି ଆଗଧାଡିର କରୋନା ଯୋଦ୍ଧା ସେମାନଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ।  ଯାହା ଫଳରେ ମୁଣ୍ଡରେ ଅବସାଦ ରଖି କର୍ମ କ୍ଷେତ୍ରକୁ  ଓହ୍ଲାଉଛନ୍ତି ପ୍ରତିଟି ଆଗଧାଡିର କରୋନା ଯୋଦ୍ଧା। ସରକାର ସିନା  କରୋନା ଯୋଦ୍ଧାର ଆଖ୍ୟା ଦେଇଦେଲେ କିନ୍ତୁ ସେମାନେ ଏବେ ରହୁଛନ୍ତି  ଭେଦଭାବ ନଜରରେ । ଯାହାର ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କଟକ ସହରରେ।

ତିନି ଦିନ ତଳେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ  ଜଣେ ରୋଗୀ କରେନା  ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ଏହା ପରେ ହସ୍ପିଟାଲରେ ୫୨ ନର୍ସଙ୍କର ସ୍ବାବ ଟେଷ୍ଟ ହୋଇଥିଲା। କିନ୍ତୁ ଗତକାଲି  ସେଥିରୁ ୫୦ ଜଣଙ୍କର  ସ୍ବାବ୍ ନେଗେଟିଭ ଆସିଥିବା ବେଳେ  ଦୁଇଜଣଙ୍କର ପଜିଟିଭ ଆସିଥିଲା। ଏହା ପରେ ହସ୍ପିଟାଲରେ କାମ କରୁଥିବା ଅନେକ ନର୍ସଙ୍କର ଘର  ମାଲିକ ମାନେ ନର୍ସମାନଙ୍କ  ଉପରେ  ଆରମ୍ଭ କରିଦେଇଛନ୍ତି ଜୁଲମ। କହୁଛନ୍ତି ଡାକ୍ତରଖାନାରେ ରହିଲେ ଘରକୁ ଆସନାହିଁ। ଯଦି ଘରେ ରହିବ ତେବେ ଡାକ୍ତରଖାନା ଯାଆ ନାହିଁ। ଯାହା ଫଳରେ ନର୍ସମାନଙ୍କ ଭଡାଘରେ ରହିବା  ମୁସ୍କିଲ ହୋଇପଡିଛି। ଏହାର ପ୍ରତିବାଦରେ  ହସ୍ପିଟାଲର ନିର୍ଦ୍ଦେଶକଙ୍କ ଅଫିସ  ଆଗରେ ଧାରଣା ଦେଇଛନ୍ତି ନର୍ସମାନେ। ଆଉ ଦାବି କରିଛନ୍ତି ନର୍ସମାନଙ୍କୁ ହସ୍ପିଟାଲରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଉ ଓ ଆବଶ୍ୟକୀୟ ପିପିଇ କିଟ ଯୋଗାଇଦିଆଯାଉ।

ତେବେ  ପ୍ରଶ୍ନ ଉଠୁଛି ଯଦି ପ୍ରତିଟି ନର୍ସ ଓ ଅନ୍ୟ ଆଗଧାଡିର କରୋନା ଯୋଦ୍ଧାଙ୍କ ପ୍ରତି ଯଦି ଭଡାଘର ମାଲିକମାନେ ଏଭଳି ବ୍ୟବହାର କରିବେ ତେବେ ସେମାନେ ସଠିକ ଭାବେ କରୋନା ସହ ଲଢେଇ କିପରି କରିବେ ?

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.